ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ପଳସା ଗ୍ରାମରେ ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କ ଅଧ୍ୟକ୍ଷତାରେ ରାଣୀତାଲ କୃଷି ବୈଜ୍ଞାନିକ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସଞ୍ଜୟ ମହାନ୍ତି,କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ମତ୍ସ୍ୟ ଚାଷ ବିଶେଷଜ୍ଞ ତନୁଜା ସୋମାରଞ୍ଜନ, ବନ ବୈଜ୍ଞାନିକ ଡା ଗୟାଧର ଶିଆଳ, ବ୍ଲକ ସହକାରି କୃଷିଅଧିକାରୀ ସୁପ୍ରିୟା ମୁଦୁଲି, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ନାୟକ, ବରିଷ୍ଠ ନେତୃତ୍ୱ କମଳାକାନ୍ତ ସାହୁ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୂର୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ଭଦ୍ରକ ଜିଲାରେ ମାଛ ଚାଷ ପାଇଁ ପାଣିର ସୁବିଧା ରହିଥିବା ବେଳେ ମହିଳାମାନେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ମାଧ୍ୟମରେ ଲାଭ ଉଠାଇବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ଚାଷୀର ଉନ୍ନତି ଓ ପ୍ରଗତି ପାଇଁ ବିକଶିତ କୃଷି ସଂକଳ୍ପ ଅଭିଯାନ ଆୟୋଜନ କରାଯାଉଥିବା କହିଥିଲେ ଉପସ୍ଥିତ ଅତିଥି । ବୈଜ୍ଞାନିକ ଶ୍ରୀ ମହାନ୍ତି ବିରି,ମୁଗ, ବାଇଗଣ ସମେତ ବିଭିନ୍ନ ଚାଷ ସମ୍ପର୍କତ ରୋଗ ପୋକ ଲାଗିବା ବିଷୟରେ ଚାଷୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ସହ ବୈଷୟିକ ପରିଚାଳକ ମଦନମୋହନ ରାଉତ, ତାପସ କୁମାର ବେହେରା, ଅମ୍ଳାନ ମଲ୍ଲିକ, ଗ୍ରାମ୍ୟ କୃଷି କର୍ମଚାରୀ ଦୀପ୍ତିରଞ୍ଜନ ନାୟକ, ନୀଳକଣ୍ଠ ବାରିକ, ଶିବଶଙ୍କର ର୍ମୁମୁ, ତପନ କୁମାର ସେଠୀ, ଚିନ୍ମୟୀ ଜେନା, ବିମ୍ବାଧର ସେଠୀ, ରଶ୍ମିରଞ୍ଜନ ଜେନା, ମନ୍ଦାକିନୀ ସେଠୀ, ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ, କୃଷି ଅଧିଦର୍ଶକ ବଳଭଦ୍ର ୍ୱାର୍ଦା, ଉଦ୍ୟାନ କୃଷି କର୍ମଚାରୀ ପ୍ରଭାତ ବିଶ୍ୱାଳ, ଚନ୍ଦ୍ରୟ ହେମ୍ବ୍ରମ, ବନ୍ତ ମତ୍ସ୍ୟବିଭାଗର ସୁଶାନ୍ତ ମଲ୍ଲିକ, କୃଷକ ସାଥି ରାଜକିଶୋର ଗିରି, ସଚଳା ଘଡ଼ାଇ ପ୍ରମୁଖ ଉପସ୍ଥିତ ଥିବାବେଳେ ରାଜେଶ ଗିରି, ରତ୍ନାକର ଖଣ୍ଡା, ରାଜକିଶୋର ପରିଡା, ପ୍ରସନ୍ନ ଗିରି, ରାଜକିଶୋର ଘଡ଼ାଇ, କାଳନ୍ଦୀ ଦାସ, ଶଶୀକାନ୍ତ ପାଳ, ରବୀନ୍ଦ୍ର ପୃଷ୍ଟି, ସତ୍ୟରଞ୍ଜନ ସାହୁ, ଭାଗିରଥି ଘଡ଼ାଇ, ରବୀନ୍ଦ୍ର ଖଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ ।

