Untitled 1 71

ରାଜଧାନୀ ୟୁନିଟ୍ ୪ ମାର୍କେଟରେ ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ, ବିପୁଳ ଗଞ୍ଜେଇ ଜବତ

ରାଜ୍ୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୪ ମାର୍କେଟ ଅଞ୍ଚଳରେ ଓଡ଼ିଶା ପୁଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଦ୍ୱାରା ମିଳିତ ଚଢ଼ାଉ କରାଯାଇ ଏକ ବଡ଼ ଧରଣର ଗଞ୍ଜେଇ ବ୍ୟବସାୟ ରାକେଟର ପର୍ଦାଫାଶ କରାଯାଇଛି। ଏହି ଚଢ଼ାଉରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି, ଯାହାକୁ ଗୁଣ୍ଡ କରି ସିଗାରେଟରେ ପୁରାଇ ଅବୈଧ ଭାବେ ବିକ୍ରି କରାଯାଉଥିବା ଜଣାପଡ଼ିଛି। ଶୁକ୍ରବାର ଏହି ଅଞ୍ଚଳର ବିଭିନ୍ନ ଦୋକାନ ଏବଂ ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ପୋଲିସ ଓ ଏସଟିଏଫର ଏକ ମିଳିତ ଦଳ ଏକକାଳୀନ ଚଢ଼ାଉ କରିଥିଲେ। ତଦନ୍ତ ସମୟରେ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଗଞ୍ଜେଇକୁ ଗୁଣ୍ଡ କରି ସିଗାରେଟରେ ପୁରାଇ ଏହାକୁ ବିକ୍ରି କରୁଥିଲେ, ଯାହା ଏକ ସୁସଂଗଠିତ ଅବୈଧ ମାଦକ ଦ୍ରବ୍ୟ ବ୍ୟବସାୟର ଅଂଶ ଥିଲା।

 

Shrutilipi ad