ଆଗରପଡ଼ା :ଆଗରପଡ଼ା ନିକଟସ୍ଥ ଆଡ଼ିଆ ପଂଚାୟତ କାର୍ଯ୍ୟାଳୟ ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଭଦ୍ରକ,ରାଣୀତାଲ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ସଂଜୟ ମହାନ୍ତି, ଭୁବନେଶ୍ୱରସ୍ଥିତ ସିଆଇଡବ୍ଲ୍ୟଏ ବୈଜ୍ଞାନିକ ତନୁଜା ସୋମାରଂଜନ, ବନ ବିଜ୍ଞାନୀ ଡଃ ଗୟାଧର ଶିଅଳ, ବିଡିଓ ସୀତାକାନ୍ତ ରାଉତ, ବନ୍ତ ବିଏଓ ତୁଷାରକାନ୍ତ ପତି, ଏଓ ବଳଭଦ୍ର ବାଦ୍ରା,ଏଏଓ ସୁପ୍ରିୟା ମୁଦୁଲି, ଏଏଇଚଓ ପାୟଲ ଚୌଧୁରୀ,ଏଏଫଓ ଗୀତାଞ୍ଜଳୀ ବେହେରା, ସରପଂଚ ମୀନା କୁମାରୀ ଜେନା ପ୍ରମୁଖ ଯୋଗ ଦେଇଥିଲେ । ଶିବଶଙ୍କର ମୁର୍ମୁ, ତପନ ସେଠୀ, ବିମ୍ବାଧର ସେଠୀ,ଦିପ୍ତି ରଂଜନ ନାୟକ,ଚିନ୍ମୟୀ ଜେନା, ରଶ୍ମିରଂଜନ ଜେନା, ମନ୍ଦାକିନୀ ସେଠୀ, ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ, ନୀଳକଣ୍ଠ ବାରିକ,ମଦନ ମୋହନ ରାଉତ,ତାପସ ବେହେରା,ଅମ୍ଲାନ ମଲ୍ଲିକ, ସୁଭାଷ ଦାଶ ପ୍ରମୁଖ କୃଷି କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟ ସଂପାଦନ କରିଥିଲେ ।

