Screenshot 2025 05 28 163952

ଅନାସ୍ଥାରେ ହାରିଗଲେ ବିଜେଡି ସମର୍ଥିତ ମହାକାଳପଡ଼ା ବ୍ଲକ୍‌ ଅଧ୍ୟକ୍ଷା

ରାଜ୍ୟ

କେନ୍ଦ୍ରାପଡା: ବିଜେଡି ହାତରୁ ଖସିଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷ ପଦ। ଅନାସ୍ଥାରେ ହାରି ପଦ ହରାଇଲେ ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତ ।୬୨ ସଦସ୍ୟଙ୍କ ମଧ୍ୟରୁ ଅନାସ୍ଥା ସପକ୍ଷରେ ପଡ଼ିଲା ୪୯ ଭୋଟ୍‌ । ଏଥିସହ ୧୩ଜଣ ସରପଞ୍ଚ ଓ ସମିତି ସଭ୍ୟ ଭୋଟିଂରୁ ବିରତ ରହିଥିଲେ।

ସୂଚନାଥାଉକି,ବୁଧବାର ଆୟୋଜିତ ବୈଠକରେ ୪୯ ଜଣ ସଭ୍ୟାସଭ୍ୟ ଉପସ୍ଥିତ ରହି ଅନାସ୍ଥାକୁ ସମର୍ଥନ କରିଥିଲେ। ବ୍ଲକରେ ୩୧ ପଞ୍ଚାୟତର ମୋଟ ୬୨ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ।

ଅନାସ୍ଥା ବୈଠକରେ ଦୁଇ ତୃତୀୟାଂଶ ଅର୍ଥାତ୍‌ ୪୪ ଜଣଙ୍କ ସମର୍ଥନ ଆବଶ୍ୟକତା ରହିଥିଲା। କିନ୍ତୁ ସମର୍ଥନ ଅଭାବରୁ ବ୍ଲକ୍‌ ଅଧ୍ୟକ୍ଷା କଳ୍ପନା ରାଉତ ନିଜ ପଦବୀ ହରାଇଛନ୍ତି।

Shrutilipi ad