Img 20250527 wa0151

ମନ୍ଦିରରେ କଳା କନା ଵୁଲେଇଲେ ଦୁବୃର୍ତ୍ତ 

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ମୁଣ୍ଡାଠାକୁରା ଶିବ ମନ୍ଦିରରୁ ସୋମବାର ବିଳମ୍ୱିତ ରାତିରେ ଦୁର୍ବୁର୍ତ୍ତ ମନ୍ଦିର  ଗ୍ରୀଲତାଲା ଭାଙ୍ଗି  ଟଙ୍କା ପଇସା ସମେତ ସୁନା, ରୁପା , ଦାନହୁଣ୍ଡି ଏବଂ ଠାକୁରଙ୍କ  ପୂଜା ସାମଗ୍ରୀ ସଵୁ ନେଇ  ଯାଇଛନ୍ତି l ସୂଚନାଯୋଗ୍ୟ  ଆଜି ସକାଳେ   ଗାଁ ଲୋକେ ଓ ଶିବ ଭକ୍ତମାନେ ମନ୍ଦିର କୁ ଯାଇ ଦେଖନ୍ତି ତ ମନ୍ଦିର ତାଲା,ଗ୍ରୀଲ ଭଙ୍ଗା ଯିବା ସହ ଠାକୁର ସାମଗ୍ରୀ କିଛି ନାହିଁ। ସଙ୍ଗେ ସଙ୍ଗେ ମନ୍ଦିର କମିଟିର ବରିଷ୍ଠ ସଦସ୍ୟ ବିଜୁ ବେହେରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଜଣାଇଥିଲେ । ପୋଲିସ  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ବାବଦରେ ଥାନା ରେ ଏକ ମାମଲା ରୁଜୁ ହୋଇଛି l ପୋଲିସ ଟିମ ତଦନ୍ତ ଆରମ୍ଭ କରିଛନ୍ତି l ଶିଵ ମନ୍ଦିର ଚୋରୀ ନେଇ ଶିବ ଭକ୍ତ ଓ ମନ୍ଦିର କମିଟି ର ସଦସ୍ୟଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।କେତେ କଷ୍ଟ ସହି ଗ୍ରାମବାସୀ ମୁଠି ଚାଉଳରୁ ମାଗି ମାଗି  ମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ହେଲେ ଦୂଵୃର୍ତ୍ତ ଙ୍କୁ କିଛି ଦେଖାଗଲା ନାହିଁ କେବଳ ଦେଖାଗଲା ମନ୍ଦିର ଦାନ ହୁଣ୍ଡି ଏବଂ ପୂଜା ସାମଗ୍ରୀ ।ତୁରନ୍ତ ଦୁବୃର୍ତ୍ତ ଙ୍କୁ ଗିରଫ କରାଯିବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି ।
Shrutilipi ad