ଆଗରପଡ଼ା: ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ତୁଣ୍ଡା ହୋମିଓପ୍ୟାଥି ମେଡିକାଲ ପରିସରରେ ମେ ୨୭ ରୁ ଜୁନ ୨୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ଯୋଗ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ୟାମ୍ପକୁ ମେଡିକାଲ ଡା ସନ୍ତୋଷ କୁମାର ବେହେରା ଫିତା କାଟି ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଯୋଗ ପ୍ରଶିକ୍ଷକ କାଳନ୍ଦୀ ଚରଣ ପାତ୍ର, ପ୍ରଶିକ୍ଷିକା ନର୍ମଦା ମଲ୍ଲିକ ଯୋଗ ଦେଇ ବିଭିନ୍ନ ପ୍ରକାରର ଯୋଗ ଶିଖାଇଥିଲେ । ଏଥିରେ ଆଖପାଖ ଗ୍ରାମର ଶତାଧିକ ଛାତ୍ରଛାତ୍ରୀ, ଯୁବକ ଓ ବୟସ୍କ ଲୋକ ଯୋଗଦେଇ ବିଭିନ୍ନ ପ୍ରକାରର ଯୋଗ ଶିଖିଥିଲେ । ଯୋଗ କରିବା ଫଳରେ ନିଜ ଶରୀରର ରୋଗରୁ ମୁକ୍ତି ମିଳିବା ସହିତ ମାନସିକ ଓ ଶାରୀରିକ ଶାନ୍ତି ମିଳିଥାଏ ବୋଲି ଡା ଶ୍ରୀ ବେହେରା କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସୁଦାମ ଚରଣ ମଲ୍ଲିକ, ଜଗନ୍ନାଥ ନାୟକ, ମନୋରମା ପାତ୍ର, କାହୁଁ ଚରଣ ଜେନା, ସରୋଜ ନାୟକ, ସୁଷମା ରାଉଳ, ସୌଦାମିନୀ ସେଠୀ, ପୂଜାରାଣୀ ଜେନା, ସୁମିତ୍ରା ରାଉଳ, ଜ୍ଞାନ ରଞ୍ଜନ ରାଉଳ, ହେମନ୍ତ ମହାପାତ୍ର ସମେତ ତୁଣ୍ଡା ଗ୍ରାମବାସୀ ସହଯୋଗ କରିଥିଲେ ।

