ଆଗରପଡ଼ା: ମଙ୍ଗଳବାର ବନ୍ତ ବ୍ଳକରେ ଜିଲ୍ଲାପାଳଙ୍କ ଦ୍ୱାରା ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲୀପ ରାଉତରାୟ ଉକ୍ତ ଶିବିରରେ ଯୋଗ ଦେଇ ସମୁଦାୟ ୧୦୪ଟି ଅଭିଯୋଗ ଶୁଣିଥିଲେ । ଉକ୍ତ ଶିବିରରେ ଜିଲ୍ଲାପାଳଙ୍କ ସମେତ ଭଦ୍ରକ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ସୁଧାଂଶୁ ବଳ,ବିଡ଼ିଓ ସିତାକାନ୍ତ ରାଉତ,ତହସିଲଦାର ସାର ହେମ୍ବ୍ରମ,ବନ୍ତ ଥାନାଧିକାରିଣୀ ମୋନାଲିସା କର,ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ ପ୍ରମୁଖ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲାସ୍ତରୀୟ ଓ ବନ୍ତ ବ୍ଲକ ସ୍ତରୀୟ ଅଧିକାରୀ ଶିବିରରେ ଉପସ୍ଥିତ ରହି ଜନଶୁଣାଣିରେ ବିଭିନ୍ନ ବିଭାଗୀୟ ଅଭିଯୋଗ ସମାଧାନ ନିମନ୍ତେ ଆବଶ୍ୟକ ତଥ୍ୟ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନା କରିଥିଲେ । ଏହି ଅବସରରେ ୩ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକଲ ବିତରଣ କରାଯାଇଥିଲା ।

