Wre

ପୃଥକ ପୃଥକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ

ରାଜ୍ୟ
ବାରିପଦା : ରାଞ୍ଚି – ବିଜୟଓ୍ବାଡା ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ପାଲଟିଛି ।ଵିଶେଷତଃ ଯଶିପୁର – ରାଇରଙ୍ଗପୁର – ତିରିଂ ମଧ୍ୟରେ ଯାଇଥିବା ଏହି ରାସ୍ତାରେ ବାରମ୍ବାର ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି ।
ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୯ ନମ୍ବର ଓ୍ବାର୍ଡର ଅଁଳାଡୁବା ଗ୍ରାମର ବାବୁ ମହାନ୍ତିଙ୍କ ପୁଅ ଯୁବକ ଇଞ୍ଜିନିୟର ମିଲନ ମହାନ୍ତି(୨୮) ନିଜ କାମ ସାରି ଵହଳଦା – ରାଇରଙ୍ଗପୁର ଆଡ଼କୁ  ବାଇକରେ ଆସୁଥିବା ବେଳେ ଏକ ଅଜଣା ଗାଡ଼ି ସହ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ରାସ୍ତାରେ ପଡ଼ିଥିଲେ । ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତର ଖାନା ଅଣା ଯାଇଥିଲା ।ଗୁରୁତର ଥିବା ଯୋଗୁଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ଆମ୍ବୁଲାନ୍ସରେ ନେଉଥିବାବେଳେ ସୋର ପାଖରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ  । ତାଙ୍କ ମୃତ୍ୟୁରେ ଅଁଳାଡୁବାରେ ଶୋକରେ ଛାୟା ଖେଳିଯାଇଛି ।ଜଣେ ମିଷ୍ଟଭାଷୀ , ପରୋପକାରୀ ଯୁବକ ଥିଲେ । ତାଙ୍କ ମୃତ୍ୟୁରେ ବିଜେପି ରାଜ୍ୟ ସଂପାଦକ ନବିନ ରାମ,ବିଧାୟକ ଜଲେନ ନାଏକ, ଜିଲ୍ଲା ସଂପାଦକ ମନୋଜ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ରଂଜନ ମହାନ୍ତ ଗଭୀର ଶୋକ ପ୍ରକାଶ କରିଛନ୍ତି l ସେହିପରି ଵହଳଦା ଥାନା ଅନ୍ତର୍ଗତ ସୁରଦା ଯଶିପୁର ଗ୍ରାମର ଜନୈକ ବୃଦ୍ଧ ଙ୍କ ର ଟ୍ରେନ ଦୁର୍ଘଟଣାରେ ମୃତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ   ସୁରଦା ଯଶିପୁର ଗ୍ରାମର ପୁର୍ଣ ପାତ୍ର (୯୫) ବର୍ଷିୟ ବୃଦ୍ଧ ଶନିବାର ଦିନ ନିଜର ଭତ୍ତା ଆଣିବାକୁ ଯାଇ ଘରୁ ବାହାରି ଆସିଥିଲେ । ଶନିବାର ଦିନ ଘରକୁ ଫେରି ନ ଥିଲେ ।ରବିବାର ଦିନ ଅପରାହ୍ନରେ ଝରାଡିହି ର ଵହଳଦା ରୋଡ଼ ରେଲଓ୍ଵ ଷ୍ଟେସନ ଠାରୁ କିଛି ଦୂରରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିଲେ ।ଖବର ପାଇ ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ଏ ବାବଦରେ ଵହଳଦା ଥାନାରେ ଏକ କେଶ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଅଛି ।
Shrutilipi ad