Img 20250526 wa0194

ସାପ କାମୁଡ଼ାରେ ଜଣେ ମହିଳା ଙ୍କ ସମେତ ନାବାଳିକାର ମୃତ୍ୟୁ 

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ଵହଳଦା ଥାନା ଅନ୍ତର୍ଗତ ତେନ୍ତଳା ଗ୍ରାମରେ ସାପ କାମୁଡାରେ ଜଣେ ୧୨ ବର୍ଷୀୟା  ନାବାଳିକାର ମୃତ୍ୟୁ ହୋଇଥିବା ଏକ ଅଭାବନୀୟ  ଦୁଃଖଦ ଘଟଣା ଘଟି ଯାଇଛି । ସୂଚନାଯୋଗ୍ୟ  ତେନ୍ତଳା ଗ୍ରାମର ଗରିବ ପରିବାରର ମୁରବି ଶ୍ୟାମ ମାରାଣ୍ଡି ନିଜର ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଭୁବନେଶ୍ବରକୁ କାମ କରିବା ପାଇଁ ଯାଇଛନ୍ତି ।ଘରେ ତା’ ର ସ୍ତ୍ରୀ ଏବଂ ୧୨ ବର୍ଷୀୟା କନ୍ୟା ସିନଗୋ ମାରାଣ୍ଡି ଅଛନ୍ତି  । ସେମାନେ ରବିବାର ରାତିରେ ଖାଇ ପିଇ  ଚଟାଣିରେ ଶୋଇଥିଲେ  । ହଠାତ୍ ସିନଗୋ କ’ଣ  କାମୁଡ଼ିଲା ବୋଲି ତା’ର  ମା’ କୁ କହିଥିଲା । କିନ୍ତୁ ତା କଥାକୁ ହାଲୁକା ଭାବେ ନେଇ ଶୋଇ ଯାଇଥିଲା ।ସକାଳୁ ଉଠି ଦେଖନ୍ତି ସିନଗୋର ଦେହ ଥଣ୍ଡା ପଡ଼ି ଯାଇଛି । ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ କୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା କେଶ କରି ମୃତକକୁ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସପ୍ତାହକ ମଧ୍ୟରେ  ସାପ କାମୁଡାରେ ତିନି ଗୋଟି ଅମୂଲ୍ୟ ଜୀବନ ଚାଲି ଗଲାଣି ସାମାନ୍ୟ ଅବହେଳା କାରଣରୁ ଯାହାକି ଚିନ୍ତାର ବିଷୟ l
Erw
ସେହିପରି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଇଚିଣ୍ଡା ଗ୍ରାମର ରାକ୍ଷୀ ଵନ୍ଦନ ଭଟ୍ଟାଚାର୍ଯ୍ୟ ୫୨ ବର୍ଷିୟ ମହିଳା ଘରେ ଶୋଇଥିବାଵେଳେ  ଏକ ବିଷାକ୍ତ ସାପ କାମୁଡାରେ ଶିକାର ହୋଇଥିଲେ । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିଲା ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ତରଫରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ  କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
Shrutilipi ad