ଆଗରପଡ଼ା :ହିନ୍ଦୁ ମହିଳା ସେମାନଙ୍କ ସ୍ୱାମୀ ଓ ପରିବାରର ମଙ୍ଗଳ ପାଇଁ ବାରମାସରେ ତେର ପର୍ବ ପାଳନ କରିଥାନ୍ତି । ସେଥି ମଧ୍ୟରୁ ସାବିତ୍ରୀ ବ୍ରତ ମହିଳାମାନଙ୍କ ପାଇଁ ଅନ୍ୟତମ ପର୍ବ ଅଟେ । ସଧବା ହିନ୍ଦୁ ମହିଳାମାନେ ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ଏହି ବ୍ରତ ପାଳନ କରିଥାନ୍ତି । ଚଳିତ ବର୍ଷ ଆସନ୍ତା ସୋମବାର ସାବିତ୍ରୀ ବ୍ରତ ପାଳିତ ହେବାକୁ ଯାଉଛି । ତେବେ ଏଥି ପାଇଁ ବନ୍ତ-ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳ ଚଳଚଂଚଳ ହୋଇପଡ଼ିଛି । ଏହି ପର୍ବରେ ବିଶେଷ କରି ବିଭିନ୍ନ ଫଳକୁ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପର୍ବକୁ ଲକ୍ଷ୍ୟ ରଖି ବର୍ତ୍ତମାନ ବନ୍ତ-ଆଗରପଡ଼ା ତଥା ଏହାର ଆଖପାଖ ବଜାର ଅଞ୍ଚଳରେ ଫଳ ଦର ଆକାଶ ଛୁଆଁ ହୋଇଥିବାର ଜଣାପଡ଼ିଛି । ଯାହାକି ଏହାକୁ କିଣିବା ପାଇଁ ସ୍ୱାମୀମାନେ ପଛ ଘୁଞ୍ଚା ଦେଉଥିଲେ ମଧ୍ୟ ଆକାଶ ଛୁଆଁ ଦରରେ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି । କେବଳ ଫଳ ନୁହେଁ ତାହା ସହିତ ଶାଢୀ ଓ କସ୍ମେଟିକ୍ସ କିଣୁଛନ୍ତି । ଆମ୍ବ ୧୫୦ ରୁ ୨୦୦, ନଡ଼ିଆ ଗୋଟା ୫୦, କଦଳୀ ଡ଼ର୍ଜନ ୭୦, ସପୁରୀ ଗୋଟା ୬୦, ଲିଚୁ ୧୫୦, ପଣସ ଗୋଟା ୧୦୦, ସେଓ ୧୪୦, ଅଙ୍ଗୁର ୧୫୦, ତାଳସଜ ୨୦ଟଙ୍କାରେ ବିକ୍ରି ହେଉଥିବାର ଲକ୍ଷ୍ୟ କରାଯାଇଛି ।

