Img 20250522 wa0178

ମାଇକ୍ରୋ ଫାଇନାନ୍ସ କମ୍ପାନୀର ଗୁଣ୍ଡାରାଜ ବିରୁଦ୍ଧରେ ଝାରପୋଖରିଆରେ ସିପିଆଇର ପ୍ରତିବାଦ ସଭା

ରାଜ୍ୟ

ବାରିପଦା : ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ଋଣ ଉପରେ ଅତ୍ଯଧିକ ସୁଧହାର ଆଦାୟ ଆଳରେ ଗୁଣ୍ଡାରାଜ ଜୁଲମ ଚଳାଇଥିବା, ବିଜେପି ସରକାରଙ୍କ ନିର୍ବାଚନ ପ୍ରତିଶୃତି ପାଳନରେ ଶଠତା, ଦଖଲରେ ଥିବା ସରକାରୀ ଜମିରୁ ଆଦିବାସୀଙ୍କୁ ଉଛେଦ, ଆଦିବାସୀ ହରିଜନ ଗାଁରେ ବିଦ୍ୟୁତ ସଂଯୋଗ ଯୋଗାଇଦେବା ବିଦ୍ୟୁତ ଗ୍ରାହକଙ୍କୁ ମାସିକ 3ଶହ ୟୁନିଟ ବିଦ୍ୟୁତ୍ ଶୁଳ୍କ ଛାଡ କରିବା, ଚିଟଫଣ୍ଡ ଟଙ୍କା ଫେରସ୍ତରେ ପ୍ରତାରଣା,ଦରଦାମ ବୃଦ୍ଧିର ପ୍ରତିବାଦ, ସର୍ବ ନିମ୍ନ ମଜୁରି ଲାଗୁକରିବା ଦାବୀନେଇ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ପକ୍ଷରୁ ଝାରପୋଖରିଆ ବଜାର ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି। ରିଜର୍ଭ ବ୍ଯାଙ୍କର ନିୟମାନୁସାରେ ଋଣର ସୁଧ ହାର ସ୍ଥିର ରଖିବା ସହ ଆଦାୟ ନାମରେ ଗୁଣ୍ଡା ଜୁଲମ ବନ୍ଦ କରିବା ଦାବିରେ ଆଜି ଶହ ଶହ ମାଇକ୍ରୋ ଫାଇନାନ୍ସ ଋଣ ହିତାଧିକାରୀ ମହିଳା ସିପିଆଇ ନେତୃତ୍ବ ରେ ସମବେତ ହୋଇଥିଲେ। ସିପିଆଇ ନେତା ପରମେଶ୍ଵର ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ଉଦବୋଧନ ଦେଇ ସିପିଆଇ ରାଜ୍ଯ ସଂପାଦକ ମଣ୍ଡଳୀ ସଭ୍ଯ ଡଃ.ପ୍ରଶାନ୍ତ କୁମାର ମିଶ୍ର, ଜୟନ୍ତ ଦାସ ,ଜିଲ୍ଲାର ସହ ସମ୍ପାଦକ ହୃଷିକେଶ ସାହୁ, ପଦ୍ମାବତୀ ନାଏକ, ସିନୁ ନାଏକ, ସେବତୀ ସିଂ, ଜୟନ୍ତି ନାଏକ, ଶମ୍ଭୁନାଥ ସିଂ ,ଶତୃଘ୍ନ ନାଏକ,ସଂଯୁକ୍ତା ଦାସ, ମିଲିମଣି ନାଏକ ପ୍ରମୁଖ ରାଜ୍ଯ ଓ କେନ୍ଦ୍ରର ଡବଲ ଇଂଜିନ ସରକାରଙ୍କ ଚରମ ବିଫଳତାର ଚିତ୍ର ପ୍ରଦାନ କରିବାସହ ତୀବ୍ର ସମାଲୋଚନା କରିଥିଲେ । ଆଗାମୀ ଜୁଲାଇ 9 ତାରିଖ ଜନଦାବି ନେଇ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ ରୂପାୟନ କରିବା ପାଇଁ ବକ୍ତାମାନେ ଆହ୍ବାନ ଜଣାଇଥିଲେ।

Shrutilipi ad