Img 20250522 wa0143

ଅବକାରୀ ବିଭାଗର ଚଢାଉ, ୮୭ ଲିଟରଦେଶୀ ରନ୍ଧା ମଦ ଜବତ ସହ ୫ ଜଣ ଗିରଫ

ରାଜ୍ୟ

ବାରିପଦା : ବେଆଇନ ମଦ କାରବାରକୁ ରୋକିବା ଏବଂ ମଦ ମାଫିଆଙ୍କୁ ସାଵାଡ କରିବା ପାଇଁ ଅବକାରୀ ବିଭାଗ କଠୋର ହୋଇଛି । ରାଇରଙ୍ଗପୁର ଅବକାରୀ ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶକ୍ରମେ ଓ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ବାଦାମପାହାଡ଼ ଥାନା ଅନ୍ତର୍ଗତ ଜୟପୁର, କୁସୁମୀ, ସୁଳିଡୁମା, ଛଣୁଆ ଓ ବର୍ଗୀମରା ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୮୭ ଲିଟର ଦେଶୀ ରନ୍ଧା ମଦ ଜବତ ସହିତ ମୋଟ ୦୫ ଜଣଙ୍କୁ ଗିରଫ କରାଯାଇଛି l

ଗିରଫ ଆସାମୀ ମାନେ ହେଲେ ଜୟପୁର ଗ୍ରାମର ତପସ୍ୱିନୀ ପାତ୍ର, କୁସୁମୀ ଗ୍ରାମର ଡୁଲି ଟୁଡୁ, ସୁଳିଡୁମା ଗ୍ରାମର ଭୁଜୁରାମ ମାଝୀ, ଛଣୁଆ ଗ୍ରାମର ଅମିଶ ରଞ୍ଜନ ମହନ୍ତ ଓ ବର୍ଗୀମରା ଗ୍ରାମର ଈଶ୍ୱର ଚନ୍ଦ୍ର ହେମ୍ବ୍ରମ । ଜବତ ଦେଶୀ ରନ୍ଧା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି l ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ସୁଧାଂଶୁ ବେହେରା, କନେଷ୍ଟବଳ ଦିଲ୍ଲୀପ କୁମାର ଜେନା, ବିପ୍ଳବ କୁମାର ମଲ୍ଲିକ, ରାଜେନ୍ଦ୍ର ସେନାପତି, ଫୁଲମଣୀ ହାଁସଦା ପ୍ରଭୃତି ସାମିଲ ଥିଲେ । ଏନେଇ ରାଇରଙ୍ଗପୁର ଅବକାରୀ ଥାନା ପକ୍ଷରୁ ୦୫ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

Shrutilipi ad