ବାରିପଦା: ଆଜି ବାରିପଦା ପାଇଁ କାଳ ସାଜିଛନ୍ତି ଅଗ୍ନିଦେବତା l ଦୁଇଗୋଟି ସ୍ଥାନରେ ଘଟିଛି ଭୟାବହ ଅଗ୍ନିକାଣ୍ଡ l ସକାଳ ପାଖାପାଖି ସାତଟା ସମୟରେ ବାରିପଦା ସହରର ମୁଖ୍ୟବଜାର ଠାରେ ଥିବା ଏକ କେ କେ ଇଲେକ୍ଟ୍ରିକାଲ ଦୋକାନ ଜଳି ସମ୍ପୂର୍ନ ପାଉଁଶ ହୋଇଗଲା l ଦୋକାନଟି ବନ୍ଦ ଥିବା ଯୋଗୁଁ ନିଆଁ କୁ ଆଯାତ୍ତ କରିବା ସମ୍ଭବପର ହୋଇପାରିନଥିଲା l ସକାଳ ସମୟରେ ଲୋକମାନଙ୍କର ଯାତାୟତ ମଧ୍ଯ କମଥିଲା l ଦୋକାନ ଭିତରୁ ଧୂଆଁ ବାହାରୁ ଥିବାର ଦେଖି ଲୋକ ଭୟଭୀତ ହୋଇଯାଇଥିଲେ l ସଙ୍ଗେ ସଙ୍ଗେ ଧୂଆଁ ଏପରି ବ୍ୟାପିବାରେ ଲାଗିଲା ଯେ ଉକ୍ତ ଅଞ୍ଚଳ ସମ୍ପୂର୍ନ ଧୂଆଁ ରେ ଅନ୍ଧାର ହୋଇଗଲା l ଖବର ପାଇ ପ୍ରଥମେ ବିଦ୍ୟୁତ ବିଭାଗର କର୍ମଚାରୀ ଆସି ଉକ୍ତ ଅଞ୍ଚଳ ର ବିଦ୍ୟୁତ ଲାଇନ କୁ କାଟିଥିଲେ l ପରେ ଅଗ୍ନିଶ୍ରମ ବାହିନୀର ଚାରିଗୋଟି ଦମକଳ ଆସି ଦୋକାନ ର ସଟର କୁ ଖୋଲି ଅନେକ ସମୟ ର ଚେଷ୍ଟା ପରେ ନିଆଁ କୁ ଆୟତ କରିଥିଲେ l ଉକ୍ତ ଦୋକାନ କୁ ଲାଗି ଆହୁରି ଅନେକ ଦୋକାନ ଏବଂ ପାଖରେ କିଛି ଘର ଥିବାବେଳେ ସେସବୁ ଏହି ବଡ଼ ବିପଦରୁ ବର୍ତ୍ତିଯାଇଅଛି l ଘଟଣା ସମୟରେ ଉକ୍ତ ଅଞ୍ଚଳ ଲୋକାରଣ୍ୟ ପାଲଟିଯାଇଥିଲା l ଏପରିକି ପାଖ ପାଖୀ ଘରେ ଥିବା ଲୋକମାନେ ମଧ୍ୟ୍ୟ ଭୟରେ ରାସ୍ତା ଉପରକୁ ଆସି ଚିତ୍କାର କରୁଥିବାର ଦୃଶ୍ୟ ଆହୁରି ଭୟଭୀତ କରିପକାଇଥିଲା l ପାଖା ପାଖୀ ଥିବା ଅନ୍ୟ ଦୋକାନରେ ମାଲିକମାନେ ଆସି ନିଜ ନିଜ ଦୋକାନରେ ଥିବା ଜିନିଷ କୁ ବାହାରକୁ କାଢି ପକାଇଥିଲେ l ଉକ୍ତ ଇଲେକ୍ଟ୍ରି ଦୋକାନ ର ମାଲିକ ମଧ୍ୟ ଆସି ସେଠାରେ ପହଞ୍ଚିଥିଲେ ମାତ୍ର କିଛି କରିବାର ଉପାୟ ନାହିଁ l ଆଖି ସାମ୍ନାରେ ସବୁକିଛି ଜଳି ପାଉଁଶ ହୋଇଗଲା l ତାଙ୍କ କହିବା ଅନୁଯାୟୀ ଦୋକାନରେ ଚାଳିଶ ରୁ ପଇଁଚାଳିଶ ଲକ୍ଷ ଟଙ୍କାର ଜିନିଷ ଥିଲା ସବୁ ଜଳି ପଡି ପାଉଁଶ ହୋଇଗଲା l
ଘଟଣା ସ୍ଥଳରେ ପୋଲିସ ଏବଂ ଟ୍ରାଫିକ ଆସି ଲୋକମାନଙ୍କର ଭିଡ଼ କୁ ନିୟନ୍ତ୍ରଣ କରିବା ସହ କିଛି ସମୟ ପାଇଁ ଉକ୍ତ ମୁଖ୍ୟ ରାସ୍ତାକୁ ସିଲ କରିଥିଲେ l ତେବେ ନିଆଁ ର କାରଣ ସଠିକ ଜଣା ପଡିନଥିଲେ ମଧ୍ୟ ଏହା ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଅଛି l ସେହିପରି ଅପରାହ୍ନରେ ସହରର ମୁର୍ଗାବାଡି ଠାରେ ଥିବା ଜିଲ୍ଲା ପରିଶଦ ସରକାରୀ କାର୍ଯ୍ୟାଳୟରେ ହଠାତ ନିଆଁ ଲାଗି ଅନେକ ସରକାରୀ କାଗଜପତ୍ର ପୋଡ଼ିଯାଇଅଛି l କାର୍ଯ୍ୟାଳୟର ଜେରକ୍ସ ରୁମ ରୁ ନିଆଁ ଲାଗି ଚାରିଆଡେ ଧୂଆଁ ଖେଳିଯାଇଥିଲା l ଅଗ୍ନିଶ୍ରମ ବାହିନୀ ଆସି ନିଆଁ କୁ ଆୟତ କରିଥିଲେ l ଏଠାରେ ନିଆଁ ଲାଗିବାର ସଠିକ କାରଣ ଜଣାପଡିନଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ ରୁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଅଛି l ନିଆଁ କୁ ଦେଖି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବାହାରକୁ ଦୌଡ଼ି ପଳାଇଆସିଥିଲେ l ଯାହାବିହେଉ ଦୁଇଗୋଟି ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇନାହିଁ l ଏହିପରି ଗୋଟିଏ ଦିନରେ ଦୁଇଗୋଟି ଭୟବହ ଅଗ୍ନିକାଣ୍ଡ ଲୋକମାନଙ୍କୁ ସ୍ତବ୍ଧ କରିଦେଇଛି l ସୂଚନା ଯୋଗ୍ୟକି ତିନିଦିନ ପୂର୍ବ ରୁ ମଧ୍ୟ ସହରର ମୁଖ୍ୟ ବଜାର ଠାରେ ଥିବା ପରିବା ମାର୍କେଟ ଠାରେ ଭୋର ରୁ ନିଆଁ ଲାଗି ଗୋଟିଏ ଉଠା ପକା ରାସନ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଥିଲାବେଳେ ତିନି ଚାରିଗୋଟି ଠେଲା ଦୋକାନ ମଧ୍ୟ ପୋଡିଯାଇଥିଲା l ଅଗ୍ନିଶ୍ରମ ବାହିନୀ ଆସି ନିଆଁ କୁ ଆୟତ କରିଥିଲେ l ତେବେ ଏହିପରି ଲଗାତାର ନିଆଁ ଲାଗିବାର ଦେଖି ଉକ୍ତ ଅଞ୍ଚଳରେ ଲୋକମାନଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଅଛି l

