Ombadc keonjhar orientation4 1024x681

ସୁଧାକର ବୁର୍ଗି ଓଏସଏସସି ଅଧ୍ୟକ୍ଷ ନିଯୁକ୍ତ

ରାଜ୍ୟ

ଭୁବନେଶ୍ଵର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି)କୁ ମିଳିଲା ନୂଆ ଅଧ୍ୟକ୍ଷ। ଅବସରପ୍ରାପ୍ତ ଆଇଏଏସ ସୁଧାକର ବୁର୍ଗି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି। ପୂର୍ବତନ ଡିଜିପି ଅଭୟଙ୍କ ଓଏସଏସସି ଅଧ୍ୟକ୍ଷ ପଦରୁ ଇସ୍ତଫା ପରେ ସୁଧାକର ବୁର୍ଗିଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।
ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଅଧ୍ୟକ୍ଷ ଦାୟିତ୍ଵ ତୁଲାଇବେ ବୁର୍ଗି। ନିକଟରେ ଓଏସଏସସି ସଦସ୍ୟ ଭାବେ ସେ ନିଯୁକ୍ତି ପାଇଥିଲେ। ପୂର୍ବତନ ଓଏସଏସସି ଅଧ୍ୟକ୍ଷ ଅଭୟ ଚଳିତ ବର୍ଷ ମେ’ ୧୯ ତାରିଖରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ।

Shrutilipi ad