Img 20250521 wa0176

ଗ୍ରାମବାସୀଙ୍କ ଦ୍ବାରା ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ ଗାଡି ଅଟକ

ରାଜ୍ୟ
ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଗୋମାଫିଆଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବୃଦ୍ଧି ପାଉଛି  । ପଶୁଧନ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ଗୋରୁ ,ଛେଳି ,ମେଣ୍ଢା,କୁକୁଡ଼ା ଚୋରୀ କରି ନେଉଛନ୍ତି । ଚାଷୀମାନେ ସର୍ବସ୍ବାନ୍ତ ହୋଇ  ଯାଉଛନ୍ତି ।ଗୋରୁ , କୁକୁଡ଼ା,ଛେଳି,ମେଣ୍ଢା ରଖିବାକୁ ଲୋକେ ଡରୁଛନ୍ତି । ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଷୁଣ୍ଢଳ ଗ୍ରାମରେ ମଙ୍ଗଳବାର ରାତି ଅଧରେ ଏକ ଷ୍କୋର୍ପିଓ ଗାଡ଼ି ଆସି ଜଣଙ୍କ ଘର ପାଖରେ ଠିଆ ହୋଇଥିଲା ।ସେଥିରୁ ଦୁବୃର୍ତ୍ତ ମାନେ ବାହାରି ଜଣଙ୍କ ଘରୁ ଗୋରୁ ଗୁହାଳ ରୁ ଗୋରୁ ଫିଟାଇ ଚୋରୀ କରି ନେଉଥିବାବେଳେ ଘର ଲୋକେ ଉଠି ଚୋର ଚୋର ଚିତ୍କାର କରିଥିଲେ । ଭୟରୃ ଦୁବୃର୍ତ୍ତ ମାନେ ଜୋତା, ଚପଲ ଛାଡି ଅନ୍ଧକାର ଭିତରେ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ । ଗାଁ ଲୋକେ ବହୁ ଖୋଜାଖୋଜି କଲାପରେ ଚୋରଙ୍କୁ  ଠାବ କରି ପାରି ନ ଥିଲେ ।ପରେ ଗୋରୁମହିଷାଣୀ ଥାନାକୁ ଖବର ଦେଇଥିଲେ  ।ସ୍କୋର୍ପିଓ ଭିତରେ ଦୁଇଟି ବଳଦ ଥିଲା ।ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଗୋ ବୋଝେଇ ସ୍କୋର୍ପିଓକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି । ଗ୍ରାମବାସୀମାନେ ଗୋରୁମହିଷାଣୀ ଅଞ୍ଚଳରେ ବାରମ୍ବାର ପଶୁଧନ ଚୋରୀ ହେଉଛି । ତେଣୁ ପୋଲିସ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରୁଛନ୍ତି । ପୋଲିସ  ବେଆଇନ ଗୋ ଚାଲାଣ ନେଇ ଏକ ମାମଲା କେଶ ନମ୍ବର ୪୬/୨୫ ରୁଜୁ କରି ତଦନ୍ତକୁ ଜାରି ରଖିଛନ୍ତି |
Shrutilipi ad