Img 20250521 wa0263

ଓଏଏସ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ରାଜ୍ୟ
ବାରିପଦା :  ଆଜି ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିରିକ୍ତ ଜିଲ୍ଲପାଳ  ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପୌରହିତ୍ୟ କରିଥିଲେ। ଓଏଏସ ଅଫିସର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଠିକ୍ ସମୟରେ ପଦୋନ୍ନତି, ଶ୍ରେଣୀ ଅନୁସାରେ ପଦବୀ, ତୃଣମୂଳ ସ୍ତରରେ କାର୍ଯ୍ୟରତ ବିଡ଼ିଓ ଓ ତହସିଲଦାରଙ୍କର ସୁରକ୍ଷା, କାର୍ଯ୍ୟାଳୟରେ ସୁବ୍ୟବସ୍ଥା, ସ୍ବାସ୍ଥ୍ୟ ବୀମା, ପୁରୁଣା ପେନସନ ଲାଗୁ, କନିଷ୍ଠ ବର୍ଗରେ କାର୍ଯ୍ୟରତ ଅଧିକାରୀଙ୍କର service confirmation ଆଦି ଦାବି ଉପସ୍ଥାପିତ ହୋଇଥିଲା। ତତ୍ ସହିତ ନିକଟ ଅତୀତରେ ନିଜ କାର୍ଯକ୍ରମ ମାଧ୍ୟମରେ Focus plus ର ମୁଖ୍ୟ ସୁଧାଂଶୁ ରାଉତ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠନ ନେବାପାଇଁ  ନିଷ୍ପତ୍ତି ନିଆଯାଇଛି।କାରଣ ବିଡ଼ିଓ ମାନେ ବ୍ଲକ ସ୍ତରରେ ସରକାରଙ୍କର ଅନେକ କାର୍ଯ୍ୟକ୍ରମକୁ ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଏଭଳି ଅଭଦ୍ରୋଚିତ ବ୍ୟବହାରକୁ ବରଦାସ୍ତ୍ କରାଯିବ ନାହିଁ ବୋଲି ମତ ରଖିଥିଲେ। ଏ ନେଇ ରାଜ୍ୟ ଓଏଏସ ସଂଗଠନ ତଥା ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦିଆଯିବା ପାଇଁ ସିଦ୍ଧାନ୍ତ ହୋଇଅଛି। ଉକ୍ତ ସଭାରେ ବରିଷ୍ଠ ଓଏଏସ ଅଧିକାରୀଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ,  ଉପଜିଲ୍ଲାପାଳ ଉଦଳା,ବାରିପଦା, ସହକାରୀ ଉନ୍ନୟନ ଅଧିକାରୀ ତଥା ବିଡ଼ିଓ, ତହସିଲଦାର ଓ ଡେପୁଟି ଜିଲ୍ଲାପାଳ ମାନେ ଯୋଗ ଦେଇଥିଲେ।
Shrutilipi ad