ଆଗରପଡ଼ା : ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ତମଶା ନାଥ ରାଜ୍ୟ ଯୋଗ ଅଲମ୍ପିଆଡ଼ ପାଇଁ ମନୋନୀତ ହୋଇଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହା ୩ ଦିନ ଧରି ଚାଲିବ । ପ୍ରଧାନଶିକ୍ଷକ ଚିତ୍ତରଂଜନ ମହାନ୍ତି, ବରିଷ୍ଠ ଶିକ୍ଷକ ଅଜିତ୍ ରାଉଳ, ପରିଚାଳନା କମିଟି ସଭାନେତ୍ରୀ ବର୍ଷାରାଣୀ ମଲ୍ଲିକ, ସଭ୍ୟ ତଥା ସାମ୍ବାଦିକ ଅକ୍ଷୟ ସିଂହ, ସହକାରୀ ଶିକ୍ଷକ ଭୀମସେନ ପାଳ, ବନଜିନୀ ନାୟକ, ଭାଗ୍ୟଶ୍ରୀ ପଣ୍ଡା, କୈଳାସ ପଣ୍ଡା, ସାଗରୀକା ମହାନ୍ତି, ସାବିତ୍ରୀ ଦାଶ, ପ୍ରମୋଦିନୀ ସାହୁ,ରଂଜିତା ଶିଅଳ, ବିଦ୍ୟୁତଲତା ଦାସ, ସୁଶାନ୍ତ ଜେନା ପ୍ରମୁଖ ତମଶାଙ୍କୁ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ ସଫଳତା କାମନା କରିଥିଲେ ।

