Photo for the news of dakabangala

ପ୍ରତିଷ୍ଠାକୁ ୧୩ବର୍ଷ ପୂରିଲାଣି, ଲକ୍ଷ୍ୟଠାରୁ ଦୂରରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା

ରାଜ୍ୟ

ଆଗରପଡ଼ା : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳା କୌଣସି କାମରେ ଲାଗୁନଥିବା ଅଭିଯୋଗ ହେଉଛି । ଗତ ୨୦୧୧ ମସିହା ଡ଼ିସେମ୍ବର ମାସ ୧୯ ତାରିଖରେ ଡାକବଙ୍ଗଳା ପ୍ରତିଷ୍ଠା ହୋଇଥିଲା । ଆଭ ଦିନ କେଇଟା ପରେ ପ୍ରତିଷ୍ଠାକୁ ୧୩ବର୍ଷ ପୂରିଲାଣି । ୧୩ ବର୍ଷ ପୂରିସାରିଥିବା ବେଳେ ଏହାର ପାରିପାଶ୍ୱିର୍କ ପରିସ୍ଥିତିର ଉନ୍ନତି ନହେବା ବିଭାଗର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ବିଭାଗର ଉନ୍ନତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୁର୍ତ୍ତବିଭାଗ ଡାକବଙ୍ଗଳା ପ୍ରତିଷ୍ଠାକୁ ୧୩ ବର୍ଷ ୫ମାସ ପୂରି ସାରିଥିବା ବେଳେ ବିଭାଗୀୟ ଅଧିକାରୀ ଉକ୍ତ ଡାକବଙ୍ଗଳାର ଉନ୍ନତି ପ୍ରତି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ୩ଗୋଟି ଜିଲ୍ଲା କେନ୍ଦୁଝର,ବାଲେଶ୍ୱର ଓ ଭଦ୍ରକର ବ୍ୟବସାୟୀକ କେନ୍ଦ୍ର ଆଗରପଡ଼ା ହୋଇଥିବା ସ୍ଥଳେ ଉକ୍ତ ଡାକବଙ୍ଗଳା ଏକ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବେଳେ ଏହାର ପାରିପାଶ୍ୱିର୍କ ପରିସ୍ଥିତିର ଉନ୍ନତି ନହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସରକାରୀ କାର୍ଯ୍ୟରେ ଉକ୍ତ ଅଂଚଳକୁ ଜନନାୟକ ହୁଅନ୍ତୁ ବା କୌଣସି ବିଭାଗୀୟ ଅଧିକାରୀ କେହିବି ଆସିଲେ ଏଠାରେ ରହୁଥିବା ବେଳେ ଯେକୌଣସି ସରକାରୀ କିମ୍ବା ବେସରକାରୀ ସଭା,ସମିତି ଆଦି ମଧ୍ୟ ଏଠାରେ ଅନୁଷ୍ଠିତ ହୋଇଥାଏ । ସୂଚନା ଅନୁଯାୟୀ ବେସରକାରୀ ଭାବେ କେହିବି ଉକ୍ତ ଡାକବଙ୍ଗଳାକୁ ଭଡ଼ା ସୂତ୍ରରେ ନେଲେ ତା’ ବାବଦରେ ଅର୍ଥ ମଧ୍ୟ ପଇଠ କରିଥାନ୍ତି । ତେଣୁ ବିଭିନ୍ନ ସୂତ୍ରରୁ ଅର୍ଥ ମଧ୍ୟ ଆସିବାର ସମ୍ଭାବନା ଥିବା ବେଳେ ଏହାର ମରାମତି କରାନଯିବା ଆଉ ଏକ ପ୍ରଶ୍ନବାଚୀ । ସୂଚନାଯୋଗ୍ୟ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଉକ୍ତ ଡ଼ାକବଙ୍ଗଳାର ସମସ୍ୟା ପ୍ରକାଶ ପାଇବା ପରେ ୨୦୨୩ ମସିହା ମେ’ ମାସରେ ଜରାଜୀର୍ଣ୍ଣ ଡାକବଙ୍ଗଳାର ନବକଳେବର କରାଯାଇଥିଲା । ନବକଳେବର ବେଳେ ଗୃହକୁ ଖାଲି ରଙ୍ଗ ମାରି ବିଭାଗ ତାର କାମ ସାରିଦେଇଥିଲା । ଡାକବଙ୍ଗଳାକୁ ଘେରି ରହିଥିବା ପ୍ରଶସ୍ଥ ଜାଗାରେ ବିଭିନ୍ନ ଗଛ ମାନ ଥିଲେ ସୁଦ୍ଧା ଏହାର ଦାଇତ୍ୱ ନିଆଯାଉନଥିବା ଜଣାପଡ଼ିଛି । ତେଣୁ ୧୪ବର୍ଷରେ ପଦାର୍ପଣ କରି ସୁଦ୍ଧା ଲକ୍ଷ୍ୟ ଠାରୁ ବହୁ ଦୂରରେ ରହିଯାଉଥିବା ଏହି ଡାକବଙ୍ଗଳାକୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Shrutilipi ad