ବାରିପଦା : ଜନୈକା ବାର ବର୍ଷ ରୁ କମ ବୟସର ନାବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ କୁମାରପାଣ୍ଡୁଗାଣ୍ଡି ଗ୍ରାମର ହେମେନ୍ଦ୍ର ନାଏକ ଏଲିଏସ ଡ଼ମ ନାଏକ (30) କୁ ଦଫା 6 ଅଫ ଦା ପୋକ୍ସ ଆକ୍ଟ-2012 ଅନୁଯାୟୀ ଆଜୀବନ (ମୃତ୍ୟୁ ପର୍ଯ୍ୟନ୍ତ) ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଆଦାୟ ଜୋରିମାନା ଅର୍ଥ ପୀଡ଼ିତାକୁ ଦେବା ପାଇଁ ରାୟରେ ମଧ୍ୟ ଉଲେଖ କରାଯାଇଅଛି l ଏଥି ସହିତ କ୍ଷତିପୁରଣ ବାବଦରେ ପୀଡିତା ନାବାଳିକା ନାମରେ ଏକ ରାଷ୍ଟ୍ରୟତ ବ୍ୟାଙ୍କରେ ତିନି ଲକ୍ଷ ଟଙ୍କା ପାଞ୍ଚ ବର୍ଷ ପାଇଁ ଜମା କରିବା କୁ ଜିଲ୍ଲା ଆଇନ ସହୟତା କର୍ତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ନିର୍ଦେଶ ଦିଆଯାଇଅଛି l
ମାମଲାର ବିବରାଣୀ ରୁ ପ୍ରକାଶ ଯେ 2024 ଜୁନ 4 ତାରିଖ ଅପରାହ୍ନ ପାଖାପାଖି 6 ଟା ସମୟରେ ପୀଡିତା ଏବଂ ତାର ସାନଭଉଣୀ ଉଭୟ ତାଙ୍କ ଘର ନିକଟସ୍ଥ ଏକ ହାଟକୁ ଯାଇଥିଲେ l ସେଠାରେ ଅଭିଯୁକ୍ତ ହେମେନ୍ଦ୍ର ଦୁଇଜଣ ଭଉଣୀ ଙ୍କୁ ଡାକି ଚକଲେଟ ଦେଇଥିଲା l ଚକଲେଟ ଦେବାପରେ ସାନଭଉଣୀ କୁ ଘରକୁ ପଠାଇଦେଇଥିଲା l ବଡ଼ଭଉଣୀ କୁ ଦୂର ଏକ ବୁଦାମୁଳକୁ ନେଇ ତା ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା l ତାପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା l ଘରକୁ ସାନଝିଅ ଏକୁଟିଆ ଆସିବାର ଦେଖି ବାପା ମା ତାକୁ ପଚାରି ଜଣିବାକୁ ପାଇ ବଡ଼ ଝିଅ କୁ ଖୋଜିଥିଲେ l ଏହାର କିଛି ସମୟପରେ ପୀଡିତା ନାବାଳିକା ଘରକୁ ଆସି ପହଞ୍ଚିବାରୁ ତା ପାଖରୁ ସମସ୍ତ କଥା ଜଣିବାକୁ ପାଇଥିଲେ lଏହାପରେ ନାବାଳିକା ଙ୍କ ପରିବାରଵର୍ଗ ନ୍ୟାୟ ପାଇଁ ଥାନାର ଦୁଆରସ୍ଥ ହୋଇଥିଲେ l ଏ ବାବଦରେ ଯଶିପୁର ଥାନାରେ କେସ ନମ୍ବର 137/5-6-2024 ରେ ଏକ ପୋକ୍ସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ 10 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l

