ଆଗରପଡ଼ା :ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ଗୋରୁଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବନ୍ତ ଥାନା ନିକଟସ୍ଥ ବନ୍ତ ଆଂଚଳିକ ମହାବିଦ୍ୟାଳୟ ପଛପାଖ ବିଲରେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏହି ଗୋରୁ ଗୁଡ଼ିକ ପ୍ରାଣ ହରାଇଥିବା ଜଣାଯାଇଛି । ଗତ ୨ଦିନ ପୂର୍ବେ ବର୍ଷା ଓ ପବନ ପ୍ରଭାବରେ ବିଲରେ ଥିବା ବିଦ୍ୟୁତ୍ ଖୁଣ୍ଟିର ତାର ତଳକୁ ଝୁଲି ରହିଥିଲା ବେଳେ ତାର ସଂସ୍ପର୍ଶରେ ଆସିଥିଲେ ଗୋରୁ । ଫଳରେ ଗୋରୁ ଗୁଡ଼ିକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତେବେ ତୁରନ୍ତ ଏହାକୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ମରାମତି କରାଯିବା ସହ କ୍ଷତି ପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

