ବାରିପଦା: ବିଜୟ ଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ପାଲଟିଛି ମରଣଯନ୍ତା ।ଆଜି ସକାଳ ସମୟରେ ଜାତୀୟ ରାଜପଥ ୨୨୦ ନମ୍ବର ବିଜୟଓ୍ବାଡା- ରାଞ୍ଚି ରାଇରଙ୍ଗପୁର ଠାରୁ ୧୨ କିମି ଦୂର ରାସ୍ତା ଵହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଠାରେ ଏକ ବାଇକକୁ କୁ ପଛରୁ ଦୃତ ଗତିରେ ଆସୁଥିବା ହାଇଭା ପିଟିବା ଫଳରେ ବାଇକ୍ ଚାଳକ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ ବାସିଙ୍ଗି ଗ୍ରାମର ଅନାଦି ସାହୁ (୫୨) ଆଜି ସକାଳେ ନିଜ ଟିଭିରେ ଏକସେଲ ବାଇକ୍ ରେ ଜାତୀୟ ରାଜପଥ ୨୨୦ ନମ୍ବର ଵାସିଙ୍ଗି ରେ ସକାଳ ୭ ଟା ସମୟରେ ଘରକୁ ଫେରୁଥିବା ସମୟରେ ବହଳଦା ଆଡୁ ଝାଡ଼ଖଣ୍ଡ ନମ୍ବର ନୂତନ ହାଇଭା ଗାଡ଼ି ପଛରୁ ଧକ୍କା ଦେଇଥିଲା । ବାଇକ ଚାଳକ ରାସ୍ତା ଉପରେ ଛିଟିକି ପଡ଼ି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା ।କିଛି ସମୟ ପରେ ତା’ର ର ପ୍ରାଣବାୟୁ ଉଡି ଯାଇଥିଲା ।ହାଇଭା ଚାଳକ ଘଟଣାସ୍ଥଳରେ ମାଡ଼ ଡରରେ ଗାଡ଼ି ଛାଡି ଛୁ ମାରିଥିଲା ।ସଙ୍ଗେ ସଙ୍ଗେ ଲୋକାରଣ୍ୟ ହୋଇ ଉଠିଥିଲା । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯଦୁନାଥ ଯେନା ଏବଂ ଵହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇଭାକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ସେହିଭଳି ଖବର ପାଇ ସାଂସଦ ନବ ଚରଣ ମାଝି ଏବଂ ବିଧାୟକ ଜଲେନ ନାଏକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଏବଂ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ଵନା ଦେବା ସହ ମୃତକ ପରିବାରକୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଉତ୍ୟକ୍ତ ଲୋକେ ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ ।ଚାପା ଉତ୍ତେଜନା ଲାଗି ରହିଥିଲା ପରେ ପୋଲିସ ବୁଝାସୁଝା କଲାପରେ ପିଡିତ ପରିବାର ରାସ୍ତା ଅବରୋଧରୁ ହଟିଥିଲେ । ରେଡ଼କ୍ରସ ତରଫରୁ୨୦ ହଜାର ଟଙ୍କା ସହାୟତା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

