ବାରିପଦା: ସ୍ଥାନୀୟ ରଘୁନାଥପୁରସ୍ଥିତ, ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨୦୨୫ ମସିହା ମାଟ୍ରିକ ପରୀକ୍ଷାରେ ମୟୂରଭଞ୍ଜ ର A-1 ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର, ମେଡାଲ ଏବଂ ଉପଢୌକନ ପ୍ରଦାନ କରି ସମ୍ବଦ୍ଧିତ କରାଯାଇଛି I ଉକ୍ତ ସଭାରେ ବାବାଜୀ ସନତ ସୁଜାତାନନ୍ଦ ଦାସ ଜୀ ମହାରାଜ ମୁଖ୍ୟ ଅତିଥି, ଡ. ପୁଷ୍ପା ପାତ୍ର ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ବାଙ୍ଗିରିପୋଷିର ଅଧ୍ୟକ୍ଷା ମୁଖ୍ୟ ବକ୍ତା, ସ୍ୱତନ୍ତ୍ର ଅତିଥି ଭାବେ ଡ. ମନୋଜ୍ କୁମାର ଦାଶ, ସମ୍ମାନୀୟ ଅତିଥି ଭାବରେ ପୂର୍ଣ୍ଣଚନ୍ଦ୍ର ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ସଭାପତି ଇଂ ପ୍ରଭାସ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ଟ୍ରଷ୍ଟି ଶ୍ରୀ ପ୍ରଶାନ୍ତ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅଙ୍କିତା ବାରିକ୍, ଉପାଧ୍ୟକ୍ଷ ରାଜକୁମାର ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ଶ୍ରୀ ମନୋରଞ୍ଜନ ମହାନ୍ତ ଏବଂ ପୂର୍ଣ୍ଣଚନ୍ଦ୍ର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁଶ୍ରୀ ଲିପିକା ଦାସ ମଞ୍ଚରେ ଉପସ୍ଥିତ ଥିଲେ I ନିମନ୍ତ୍ରିତ ସମସ୍ତ ଅତିଥି ଉକ୍ତ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ କଠୋର ପରିଶ୍ରମୀ ହେବା ପାଇଁ ପ୍ରବତାଇ ଥିଲେ ଫଳରେ ନିଜର ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ଡ. ଆଦର୍ଶ ଶତପଥି କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

