Loot

ଯାତ୍ରା ଦେଖିବାକୁ ଯାଇଥିଲେ, ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ

ରାଜ୍ୟ

ଆଗରପଡ଼ା :ଘରେ ତାଲା ଦେଇ ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ ଏହାର ସୁଯୋଗ ନେଇ ଘରେ ପଶି ଲୁଟ୍ କଲେ ଦୁର୍ବୃତ୍ତ । ବନ୍ତ ଥାନା ସାହାଡ଼ାପଲ୍ଲୀ ଗାଁରେ ଗତକାଲି ବିଳମ୍ୱିତ ରାତ୍ରୀରେ ଚୋରି ହୋଇଥିବା ଜଣାପଡ଼ିଛି । ନିକଟସ୍ଥ ବେଗନା ଠାରେ ଅପେରା ପରିବେଷଣ ହେଉଥିବା ବେଳେ ସାହାଡ଼ାପଲ୍ଲୀ ଗାଁର ଉମାକାନ୍ତ ଏବଂ ତାଙ୍କର ପରିବାର ଲୋକେ ଅପେରା ଦେଖିବାକୁ ଯାଇ ରାତ୍ରୀରେ ଫେରି ଦେଖିଲା ବେଳକୁ ଦୁର୍ବୃତ୍ତ ମାନେ ବାଡ଼ି ପଟ କବାଟ ଭାଙ୍ଗି ଘର ଭିତରକୁ ପଶିବା ସହ ଗଡରେଜ୍ ଲକରରେ ଥିବା ନଗଦ ୩୨ହଜାର ଟଙ୍କା ସହ ବିଭିନ୍ନ ସୁନା ଏବଂ ରୂପା ଅଳଙ୍କାରକୁ ଲୁଟି ନେଇଥିବାର ଜଣାପଡ଼ିଛି । ଅଭିଯୋଗ ପରେ ବନ୍ତ ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Shrutilipi ad