- ସମ୍ପୃକ୍ତ ବିଭାଗ ତତ୍ତ୍ଵlବଧାନ ରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯିବା ଉପରେ ଗୁରୁତ୍ୱl ରୋପ
- ରଥଯାତ୍ରା ସମୟରେ ବଦଦାଣ୍ଡ ରେ ଆମିଷ ବିକ୍ରି ବନ୍ଦ
- ସମ୍ପୂର୍ଣ୍ଣ ବଦଦାଣ୍ଡ ସି ସି ଟିଭି ନିୟନ୍ତ୍ରଣରେ ରହିବ
ବାରିପଦା: ଚଳିତ ବର୍ଷ ବାରିପଦା ରଥ ଯାତ୍ରା କାର୍ଯ୍ୟକ୍ରମ କୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ତ୍ୱlବଧାନ ରେ ବାରିପଦା ଦେବତ୍ତର ବିଭାଗ ପକ୍ଷରୁ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ରଥ ଯାତ୍ରା ସମନ୍ୱୟ କମିଟି ର ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି. ମହାପ୍ରଭୁ ଶ୍ରୀ ଶ୍ରୀ ବଳଭଦ୍ର, ଶ୍ରୀ ଶ୍ରୀ ଜଗନ୍ନାଥ ଓ ମା ସୁଭଦ୍ରା ଙ୍କୁ ଭକ୍ତିପୂତ ନୈବେଦ୍ୟ ଜଣାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା. ବୈଠକ ପ୍ରାରମ୍ଭରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଶ୍ରୀ ଭାଗବତ ପଣ୍ଡା ସ୍ୱାଗତ ଜଣାଇ ବୈଠକ ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ|
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଚଳିତ ବର୍ଷ ବାରିପଦା ରଥ ଯାତ୍ରା ପୂର୍ବ ବର୍ଷ ଭଳି ଠାକୁର ଙ୍କ ନୀତିକାନ୍ତି ଅନୁଯାୟୀ ଯଥା ରୀତି ରେ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ. ଉକ୍ତ ବୈଠକରେ ଜ଼ିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବାରିପଦା ପୌରପାଳିକାର ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ କିଷାନ ପ୍ରମୁଖ ଯୋଗ ଦେଇଥିଲେ।
ଉପଜିଲ୍ଲାପାଳ ଡ଼. ପରିଡା ବାରିପଦା ଦେବତ୍ତର ବିଭାଗ ତତ୍ୱାବଧାନରେ ଚଳିତ ବର୍ଷ ରଥଯାତ୍ରା -୨୦୨୫ ପାଳନ ସମ୍ପର୍କିତ ପ୍ରସ୍ତୁତ କାର୍ଯ୍ୟସୂଚୀ ର ବିଶଦ ବିବରଣୀ ଉପସ୍ଥାପନ କରିଥିଲେ.ବୈଠକ ରେ ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ, ଦେବତ୍ତର ବିଭାଗ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରଖି ସମସ୍ତ କାର୍ଯ୍ୟ ନିର୍ଧାରିତ ସମୟ ରେ ସୁଚାରୁ ରୂପେ ସମ୍ପାଦନ ପୂର୍ବକ ବ୍ୟବସ୍ଥିତ ଢଙ୍ଗରେ ସୁପରିଚାଳନା ପାଇଁ ପରାମର୍ଶ ଦିଆଯାଇଛି. କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀ ଶ୍ରୀ ହାରିବଳଦେବ ଜୀଉ ମହାପ୍ରଭୁ ଶ୍ରୀ ଜଗନ୍ନାଥ,ଶ୍ରୀ ବଳଭଦ୍ର ଓ ମା ଶୁଭଦ୍ରା ଙ୍କ ରଥ ନିର୍ମାଣ ଏବଂ ବାରିପଦା ଦେବତ୍ତର ଅଧିନସ୍ତ ଅନ୍ୟାନ୍ୟ ରଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା କାଠ ବନଖଣ୍ଡ ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ଙ୍କ ତତ୍ୱାବଧାନ ରେ ସମ୍ପୃକ୍ତ ବନବିଭାଗ ଏସିଏଫଓ /ରେଞ୍ଜ ଅଧିକାରୀଙ୍କ ସହଯୋଗ ରେ ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି. ବାରିପଦା ରଥ ନିର୍ମାଣ କାର୍ଯ୍ୟକୁ ତରାନ୍ୱିତ କରି ନିର୍ଧାରିତ ସମୟ ମଧ୍ୟରେ ଶେଷ କରାଯିବା ଏବଂ ନିୟମିତ ବ୍ୟବଧାନରେ ତଦାରଖ କରି ଫିଟନେସ ପ୍ରମାଣ ପତ୍ର ଦେବା ପାଇଁ ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ, ବାରିପଦା ଙ୍କୁ ନିର୍ଦେଶ ଦିଆଯାଇଛି. ସେହିପରି ବାରିପଦା ଦେବତ୍ତର ବିଭାଗ ଅଧିନସ୍ତ ସମସ୍ତ ରଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା କାଠ ଯୋଗାଇ ଦେବା ଏବଂ କାଠ ର ସଦୁପଯୋଗ ଓ ସାଇତି ରଖାଯିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଛି. ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିର , ସାନ ଜଗନ୍ନାଥ ମନ୍ଦିର , ରାଧାମୋହନ ମନ୍ଦିର,ମାଉସୀମା ବାଡ଼ି ଏବଂ ରଥ ରେ ରଙ୍ଗ ଦେବା ଆଦି ଅlନୁସଙ୍ଗିକ କାର୍ଯ୍ୟକ୍ରମ ନିର୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ଉପନିର୍ଦ୍ଧେଶକ ଖଣି, ମୟୁରଭଞ୍ଜ ଙ୍କୁ ପରାମର୍ଶ ଦିଆଯାଇଛି. ସେହିପରି ରଥ ଟଣା ପାଇଁ ଆବଶ୍ୟକ ପଡୁଥିବା ଦଉଡି ରାଜ୍ୟ ନଡ଼ିଆକତା ନିଗମଙ୍କ ନିକଟରୁ ଯଥା ଶୀଘ୍ର ସଂଗ୍ରହ କରିବା ପାଇଁ ପରାମର୍ଶ ଦିଆଯାଇଛି.ରଥ ଯାତ୍ରା ସମୟରେ ରଥ ବଡ଼ଦlଣ୍ଡ ଏବଂ ସହର ର ବିଭିନ୍ନ ସ୍ଥାନ ରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପୋଲିସ ମୃତୟନ ଓ ଟ୍ରାଫିକ ନିୟନ୍ତ୍ରଣ, ରଥ ଟଣା ସମୟରେ ଏନସିସି, ଏନଏସଏସ, ୟୁଥ ରେଡକ୍ରସ ତଥା ବିଭିନ୍ନ ସ୍ବେଛାସେବୀ ସଂଗଠନ ର ଯୁବ ସ୍ବେଛାସେବୀ ଙ୍କୁ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା, ଅସାମାଜିକ ଲୋକଙ୍କ କାର୍ଯ୍ୟ କଳାପକୁ ତଦାରଖ କରିବା ପାଇଁ ବଡଦାଣ୍ଡରେ ସିସି କ୍ୟାମେରା ବ୍ୟବସ୍ଥା କରିବା ପାଇଁ ପୋଲିସ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ସହ ହୋଟେଲ, ଅସ୍ଥାୟୀ ଜଳଖିଆ ଦୋକାନ ଗୁଡିକ ରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ର ମାନ, ଗୁଣବତ୍ତା ନିୟମିତ ଯାଞ୍ଚ ଓ ତଦାରଖର ବ୍ୟବସ୍ଥା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକାର ଫୁଡ ଇନସପେକ୍ଟର କୁ ନିର୍ଦେଶ ଦିଆଯାଇଛି। ଆକସ୍ମିକ ଦୁର୍ଘଟଣା /ଅଗ୍ନି କାଣ୍ଡ ମୁକାବିଲା ପାଇଁ ଆବଶ୍ୟକୀୟ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ପାଇଁ ଅଗ୍ନିଶମ ସେବା ବିଭାଗକୁ ଦାୟିତ୍ୱ ଦିଆଯାଇଛି। ସହର ଓ ବଡଦାଣ୍ଡ ଅଂଚଳ ର ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା, ବଡଦାଣ୍ଡ ରେ ଆମିଷ ଭଜନ ପ୍ରସ୍ତୁତି ଓ ବିକ୍ରି କୁ ସମ୍ପୂର୍ଣ୍ଣ ନିଷେଧ କରାଯିବା, ସମସ୍ତ ମଦ ଦୋକାନ ଗୁଡିକୁ ବନ୍ଦ ରଖାଯିବା ଓ ନିୟମିତ ତଦାରଖ ତଥା ଚଢ଼ାଉ କରାଯିବା ଆଦି ଦିଗ ପ୍ରତି ସମ୍ପୃକ୍ତ ବିଭାଗ ତୀକ୍ଷ୍ଣ ଦୃଷ୍ଟି ଦେଇ ସମସ୍ତ କାର୍ଯ୍ୟ ସୁପରିଚାଳନା କରିବା ପାଇଁ ସମ୍ପୃକ୍ତ ସମସ୍ତ ଅଧିକାରୀ ଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ. ରଥ ଯାତ୍ରା ସମୟ ରେ ବଡଦାଣ୍ଡ ରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ଉପରେ ଧାରା ବିବରଣୀ ଓ ସନ୍ଧ୍ୟାରେ ପାଲା, ଦାସକାଠିଆ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଡି ଆଇ ପି ଆର ଓ ଙ୍କୁ ଏବଂ ରାଜ୍ୟ ତଥା ସ୍ଥାନୀୟ ଅଂଚଳ ର ସାଂସ୍କୃତିକ ଦଳ ଦ୍ୱାରା ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି. ରଥ ଯାତ୍ରା ଉପଲକ୍ଷେ ବାହାରୁ ଆସୁଥିବା ଦୋଳି, ମିନା ବଜାର ଇତ୍ୟାଦି ପାଇଁ ଏନଓସି ପ୍ରଦାନ କରାଯିବାରେ ନିୟମକୁ କଡାକଡ଼ି ପାଳନ କରାଯିବା ସହିତ ଉଠା ଦୋକାନୀ ମାନଙ୍କୁ ଆବଶ୍ୟକିୟ ଜାଗା ସମ୍ପୃକ୍ତ ବିଭାଗ ଅଧିକାରୀ ମାନଙ୍କ ତତ୍ୱାବଧାନ ରେ ଆବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥି ସହିତ ଅନ୍ୟାନ୍ୟ ପ୍ରସଙ୍ଗ କ୍ରମରେ ବାରିପଦା ଦେବତ୍ତର ଅଧିନସ୍ଥ ପେରିଫେରିଆଲ ଅଂଚଳ ରେ ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ତଥା ରଥ ଯାତ୍ରା ପାଇଁ ଆନୁସଙ୍ଗିକ ସହାୟତା ପ୍ରଦାନ କରାଯିବା ସମ୍ପର୍କ ରେ ବୈଠକ ରେ ଆଲୋଚନା ହୋଇଥିଲା. ରଥ ବଡ ଦାଣ୍ଡର ଉଭୟ ପାର୍ଶ୍ଵ ରେ ଅବରୋଧ କରିଥିବା ଜାଗା ଖାଲି କରାଯିବା ପାଇଁ ନିଷ୍ପତି ନିଆଯାଇଛି.
ବାରିପଦା ରଥ ଯାତ୍ରା -୨୦୨୫ କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ତା ୨୫-୦୬-୨୦୨୫ ଅଧିବାସ, ତା ୨୬-୦୬-୨୦୨୫ରିଖ ନେତ୍ର ଲାଗି, ତା.୨୭-୦୬-୨୦୨୫ରିଖ କଳସ ଓ ରଥ ପ୍ରତିଷ୍ଠା, ଶ୍ରୀ ଶ୍ରୀ ମା ଅମ୍ବିକା ଠାକୁରାଣୀଙ୍କ ଦାସୀର ରଥ ପ୍ରଦକ୍ଷୀଣ ଚକା ଛଡା, ଛେରା ପହଁରା, ରଥକୁ ମହାପ୍ରଭୁ ମାନଙ୍କ ଶ୍ରୀ ଗୁଣ୍ଡିଚା ପହଣ୍ଡି ବିଜେ ଅପରାହ୍ନରେ। ତା ୨୮-୦୬-୨୦୨୫ରିଖ ରଥ ଟଣା,ତା ୨୯-୦୬-୨୦୨୫ ରିଖ ରଥ ଟଣା ଏବଂ ପରେ ମହାପ୍ରଭୁ ମାନଙ୍କ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ପହଣ୍ଡି ବିଜେ। . ତା ୩୦-୦୬-୨୦୨୫ ରିଖ ରୁ ତା ୦୪-୦୭-୨୦୨୫ ରିଖ ପର୍ଯ୍ୟନ୍ତ ଆଡପ ମଣ୍ଡପରେ ପ୍ରତ୍ୟେହ ମହାପ୍ରଭୁ ମାନଙ୍କ ବେଶ ଦର୍ଶନ ହେବ.ତା ୦୧-୦୭-୨୦୨୫ ରିଖ ହେରା ପଞ୍ଚମୀ ଭେଟ ଓ ବିପତ୍ତାରିଣୀ ବ୍ରତ, ତା ୦୫-୦୭-୨୦୨୫ରିଖ ଦ୍ୱାରିକା ବେଶ ସର୍ବସାଧାରଣଙ୍କୁ ପ୍ରସାଦ ବଣ୍ଟନ, ଚକା ଛଡା, ରଥ ଉପରକୁ ଶ୍ରୀ ଜୀଉ ମାନଙ୍କ ବାହୁଡା଼ ପହଣ୍ଡି ବିଜେ। ତା. ୦୬-୦୭-୨୦୨୫ ରିଖ ରଥ ଟଣା, ତା ୦୭-୦୭-୨୦୨୫ ରିଖ ରଥ ଟଣା ଲକ୍ଷ୍ମୀ ଭେଟ ଓ ଶ୍ରୀ ମନ୍ଦିରକୁ ମହାପ୍ରଭୁ ମାନଙ୍କର ନୀଳାଦ୍ରୀ ବିଜେ ପହଣ୍ଡି। ସେହିପରି ଶ୍ରୀ ଶ୍ରୀ ସାନ ଜଗନ୍ନାଥ ମହାପ୍ରଭୁ ବିଜେଙ୍କ ରଥ ଯାତ୍ରା କାଯ୍ୟ ସୂଚୀ ଅନୁଯାୟୀ ରଥ ଟଣା:ତା ୨୯-୦୬-୨୦୨୫ ରିଖ, ତା ୩୦-୦୬-୨୦୨୫ ରିଖ ରୁ ତା ୦୪-୦୭-୨୦୨୫ ରିଖ ପର୍ଯ୍ୟନ୍ତ ଶ୍ରୀ ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ପ୍ରତ୍ୟେହ ମହାପ୍ରଭୁ ମାନଙ୍କ ବେଶ ଦର୍ଶନ ଏବଂ ତା ୦୭-୦୭-୨୦୨୫ ରିଖ ରଥ ଟଣା ଅନୁଷ୍ଠିତ ହେବ।
ବାରିପଦା ରଥ ଯାତ୍ରାର ସ୍ୱତନ୍ତ୍ର ତଥା ନିଆରା ପରମ୍ପରା ଅନୁଯାୟୀ ମା ଶୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନଙ୍କ ଦ୍ୱାରା ଟଣା ଯିବା ନେଇ ନିଷ୍ପତି ନିଆଯାଇଥିବା ବେଳେ ଇନର କର୍ଡନ ରେ ଆବଶ୍ୟକ ସଂଖ୍ୟକ ମହିଳା ପୋଲିସ କର୍ମଚାରୀ ନିୟୋଜିତ କରାଯାଇ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ବିଭାଗୀୟ ଅଧିକାରୀ ତଥା ଦେବତ୍ତର ବିଭାଗ ର ସେବାୟତ ମାନଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି. ଚଳିତ ବର୍ଷ ବାରିପଦା ରଥ ଯାତ୍ରା ପାଇଁ ଆନୁମାନିକ ୬୧ ଲକ୍ଷ ୨୭ ହଜାର ଟଙ୍କା ବ୍ୟୟ ଅଟକଳ ଆକଳନ କରାଯାଇଥିବା ବେଳେ ବାରିପଦା ଦେବତ୍ତର ଅଧିନସ୍ଥ ପେରିଫେରିଆଲ ରଥ ଯାତ୍ରା ପାଇଁ ୮ ଲକ୍ଷ ୦୫ ହଜାର ଟଙ୍କାର ବ୍ୟୟ ଅଟକଳ ଆକଳନ ସହିତ ସମୁଦାୟ ୬୯ ଲକ୍ଷ ୩୨ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି. ବାରିପଦା ପୌର ପାଳିକା ତରଫରୁ ରଥ ଯାତ୍ରା ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ସ୍ପଷ୍ଟ କରାଯାଇଛି।
ଆଜିର ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସେବାୟତ, ରଥ ମହାରଣା, ରଥ ମହାପାତ୍ର, ପରିଛା, ସହର ର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଯୋଗ ଦେଇ ରଥ ଯାତ୍ରା ସମ୍ପର୍କିତ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ନିଜ ର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ | ଶେଷରେ ଉପଜିଲ୍ଲାପାଳ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

