ବାରିପଦା: “ନୂତନ” ନାଟ୍ୟସଂସ୍ଥା, ତକତପୁର, ବାରିପଦା ତରଫରୁ ସଂସ୍ଥାର ସଭାପତି ଗୋକୁଳ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବ୍ରଜଗୋପାଳ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଯୋଗ ଦେଇ ମଣିଷ ଜୀବନକୁ ନାଟକ ବେଶ ପ୍ରଭାବିତ କରିଥାଏ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ଶହୀଦ ଭବନରେ ଅନୁଷ୍ଠିତ ୬ ଦିନିଆ ନାଟକ ମହୋତ୍ସବର ଶେଷ ସନ୍ଧ୍ୟାରେ ନୂତନ ନାଟ୍ୟସଂସ୍ଥା ଦ୍ୱାରା ମଞ୍ଚସ୍ଥ ନାଟକ “ସାର ଭୁଲ ହେଇଗଲା” ର ସମସ୍ତ ସଦସ୍ୟଙ୍କୁ ସଂସ୍ଥା ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅଭିନେତା ଧୀରାଜ ଦାସ, ପ୍ରଦୀପ କୁମାର ସରଘରିଆ, ଗୁହିରାମ ଜେନା, ଅଶୋକ ପଟ୍ଟନାୟକ, କୁନ୍ଦନ ଭଞ୍ଜ, ରଣଜିତ ସାହୁ, ସତ୍ୟନାରାୟଣ ପରିଡା, ସୋମନାଥ ସିଂହ ଜ୍ୟୋତ୍ସ୍ନାରାଣୀ ଗନ୍ତାୟତ, ରୁପାଲୀ କରିନା ପାତ୍ର, ତଥା ମଞ୍ଚ ପରିଚାଳକ ସୁବ୍ରତ ବସା ଓ ସତ୍ୟାନନ୍ଦ ଶେଜପଡା, କଣ୍ଠଦାନ ପାଇଁ ପଲ୍ଲିନା ସରଘରିଆ, ପୋଷାକ ସହାୟତା ପାଇଁ ପଶୁପତି ମହାନ୍ତ ଏବଂ ନାଟ୍ୟକାର/ ନିର୍ଦ୍ଦେଶକ ଗୋକୁଳ ଚନ୍ଦ୍ର ଦାସ ଙ୍କୁ ସଂସ୍ଥା ତରଫରୁ ଉପଢୌକନ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା I ତତସହିତ ସେଭ ଆର୍ଥ ମିଶନର ସଭାପତି ତାପସ କୁମାର ବେହେରା ଉପସ୍ଥିତ ରହି ପ୍ରତ୍ୟେକଙ୍କୁ ବିଭିନ୍ନ ପ୍ରକାର ଚାରାଗଛ ପ୍ରଦାନ କରିଥିଲେ I

