Img 20250513 wa0251

ଖେରୱାଳବୀର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜୟନ୍ତୀ ପାଳିତ

ରାଜ୍ୟ
ବାରିପଦା –  ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର  ଖେରୱାଳବୀର ଟ୍ରଷ୍ଟ ଦ୍ବାରା ପରିଚାଳିତ ଖେରୱାଳବୀର ଅଲ ଇତୁନ ଆଶ୍ଳା-ଟଲକଚୁଇଁ  ଏବଂ କିଶୁନ ବାଗାନ ଅଲ ଇତୁନ ଆଶ୍ଳା-ଶୁଖୁଆପୋଡା ଠାରେ ପୃଥକ ପୃଥକ ଭାବରେ   ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ଜୟନ୍ତୀ ଏବଂ ଅଲଚିକି ଲିପିର ୧୦୦ ବର୍ଷ ପୂର୍ତ୍ତି ଉତ୍ସାହର ସହ ପାଳିତ ହୋଇଯାଇଛି | ସୁଖୁଆପୋଡାଠାରେ ଗ୍ରାମବାସୀଙ୍କ ମିଳିତ ସହଯୋଗଗରେ ଟ୍ରଷ୍ଟି ହରି ମୋହନ ବେଶ୍ରା, ରବିନ୍ଦ୍ର ନାଥ ସୋରେନ ଙ୍କ ତତ୍ତ୍ବବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  | କାର୍ଯ୍ୟକ୍ରମ ଆରମ୍ଭରେ  ଆସେକା ପତକା ଉତ୍ତୋଳନ କରିଥିଲେ ଏହାପରେ ସାନ୍ତାଳୀ ରିତିନିତିରେ ନାୟକେ  ଶ୍ରୀ ବାବୁଲୁ ଚପେୟାର   ପୂଜାପାଠ କରିବା ସହ ଦଂଗେଳ ନୃତ୍ୟ କରାଯାଇଥିଲା |ଦିବସମାନ ଏଠାରେ ବିଭିନ୍ନ ପ୍ରତିଯୋଗୀତାମାନ ଆୟୋଜନ କରାଯାଇଥିଲା| ଅପରାହ୍ନରେ ପାତା, ଲାଗଣେ, ଦଂ ଇତ୍ୟାଦି ସାମୁହିକ ନୃତ୍ୟରେ ସମସ୍ତେ ମାଦଳ ନାଗରା ତାଳେ ତାଳେ ନାଚିଥିଲେ | ସଂଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏ ସମସ୍ତ କାର୍ଯ୍ୟକ୍ରମରେ ଭାଗରଥୀ ହାଁସଦା, ସୁମି ହାଁସଦା, ହରି ହାଁସଦା, ହାରାଟୁଡୁ, ବିଶ୍ବନାଥ ହାଁସଦା, ଭାଗୀରଥୀ ସୋରେନ ପ୍ରମୁଖ ସହଯୋଗ କରିଥିଲେ|
ସେହିଭଳି ଟଲକଚୁଇଁ ଗ୍ରାମରେ  ଥିବା ଖେରଓ୍ବାଳ ବୀର ଅଲ ଇତୁନ ଆଶ୍ଳା ଠାରେ ଟ୍ରଷ୍ଟର ଟ୍ରଷ୍ଟି ବାବୁଲାଲ ସୋରେନ, ସାନ୍ତାଳୀ ଶିକ୍ଷୟିତ୍ରୀ ରୁକିନ ମୁର୍ମୁ,   ଦୁଲ୍ଗୁ ଚପେୟାର ଏବଂ ଟଲକଚୁଇଁ ଗ୍ରାମବାସୀଙ୍କ ସହ ମିଳିତ ଭାବରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜୟନ୍ତୀ ପାଳନ କରିଥିଲେ | ଏଥିରେ ଅଲଚିକି ଶିକ୍ଷକ ମାଙ୍ଗାତ ଚପେୟାର ଉତ୍ତୋଳନ କରିଥିଲେ , ପାରମ୍ପରିକ ରିତିନିତିରେ ମୋନ ଟୁଡୁ ପୂଜାପାଠ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଦେବାଶିଷ କିସ୍କୁ, ବିକାଶ ମୁର୍ମୁ , ଚନ୍ଦନ ହାଁସଦା, ଦୁବରାଜ ହାଁସଦା ପ୍ରମୁଖ ସହଯୋଗ କରିଥିଲେ |
Shrutilipi ad