Www

ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଆର୍ଯ୍ୟମାନ ନନ୍ଦ ଙ୍କ ସଫଳତା

ରାଜ୍ୟ
ବାରିପଦା: ସିବିଏସଇ ଦ୍ବାଦଶ ଶ୍ରେଣୀ  ବିଜ୍ଞାନ ପରୀକ୍ଷା-୨୦୨୫ରେ ପ୍ରତିଭାବାନ ଛାତ୍ର ଆର୍ଯ୍ୟମାନ ନନ୍ଦ ୯୫ ପ୍ରତିଶତ ନମ୍ବର ରଖି ନିଜର ନିରନ୍ତରତା ବଜାୟ ରଖିଛନ୍ତି। ଏଥି ପୂର୍ବରୁ ଶ୍ରୀମାନ ନନ୍ଦ ୨୦୨୩ ମସିହା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ରାଇରଙ୍ଗପୁରରୁ ୪୭୫ ନମ୍ବର ୯୫ ଶତକଡା ରଖି ବାମନଘାଟୀ ଟପ୍ପର ହୋଇଥଲେ।ଚଳିତ ବର୍ଷ ଶ୍ରୀମାନ୍ ନନ୍ଦ  ଭୂବନେଶ୍ବର ସ୍ଥିତ ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ ରୁ ଏ ସଫଳତା ଅର୍ଜନ କରିଛନ୍ତି। ସେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଓ ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଗିରିଙ୍କ ସୁପୁତ୍ର ଅଟନ୍ତି ।ମେଧାବୀ ଛାତ୍ର ଆର୍ଯ୍ୟମାନ ନନ୍ଦଙ୍କ କୃତିତ୍ବରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଅଭିନନ୍ଦନର ସୁଅ ଛୁଟିଛି।
Shrutilipi ad