ବାରିପଦା: ୪ ଟି ଶ୍ରମ କୋଡ଼ ବାତିଲ କରିବା,ଆଇଏଲସି ତୁରନ୍ତ କରିବା,ଓପିଏସ୍ ଲାଗୁ କରିବା, ସ୍କିମ ୱାର୍କରକୁ ସରକାରୀ ମାନ୍ୟତା, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ କରିବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା, ଏମ୍ ଏସ୍ ପି କୁ ଆଇନ୍ ପରିସରଭୁକ୍ତ କରିବା ଇତ୍ୟାଦି ଦାବି ନେଇ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ମାନଂକ ପକ୍ଷରୁ ସଫଳତା ପାଇଁ ଆଜି ଏଆଇଟିୟୁସି ଓ ଏଆଇୟୁଟିୟୁସିର ଯଶିପୁର ବଜାର ଓ ଘରୋଇ ବସ୍ ଷ୍ଟାଣ୍ଡ ଠାରେ ମିଳିତ ପ୍ରଚାର ପ୍ରସାର ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଏଆଇୟୁଟିୟୁସିର ରାଜ୍ୟ ସଭାପତି ସାଥୀ ଶମ୍ଭୁନାଥ ନାଏକ ଓ ଏଆଇଟିୟୁସିର ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଯୋଗ ଦେଇ ଶ୍ରମିକ, କୃଷକ, କର୍ମଚାରୀ ଓ ସାଧାରଣ ମଣିଷକୁ ଶୋଷଣ କରୁଥିବା ସରକାର ବିରୁଦ୍ଧରେ ଏ ଧର୍ମଘଟକୁ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ସଫଳ କରିବାକୁ ନିବେଦନ କରିଛନ୍ତି।ଏହି କାର୍ଯ୍ୟକ୍ରମକୁ ସଂଗଠନ ମାନଂକର ସର୍ବ ସାଥୀ ସୁଶାନ୍ତ ମୁର୍ମୁ, ଲଳିତ ମହାନ୍ତ, ନୀଳାମ୍ବର ନାଏକ,ତରୁଣ ପାତ୍ର, ମନୋଜ ମହାନ୍ତ, ଦ୍ରୋପଦୀ ମହାନ୍ତ, ପ୍ରମୋଦ ମହାନ୍ତ, ସଞ୍ଜୟ ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ।

