ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ମହେଶ ଦାଶ ଫୁଟବଲ ଏକାଡେମୀ ଆନୁକୂଲ୍ୟରେ ମହେଶ ଦାଶ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୨ ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଟୁର୍ଣ୍ଣାମେଣ୍ଟରେ ଯୁବ ଟିମର ୮ ଟି ଓ ଭେଟେରାନ ଟିମର ୮ ଟି ଦଳ ଅଂଶଗ୍ରହଣ କରୁଛନ୍ତି ବୋଲି ମୁଖ୍ୟ ଆୟୋଜକ ଲୋହିତ ଦାଶ ଜଣାଇଛନ୍ତି I ପ୍ରତ୍ୟେକ ଦିନ ଅପରାହ୍ନ ୩ଟା ରୁ ୬ଟା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ I ଯୁବ ଖେଳାଳି ଟୁର୍ଣ୍ଣାମେଣ୍ଟର ଚାମ୍ପିୟାନ ଦଳକୁ ୩୦ ହଜାର, ରନର୍ସ ଆପ ଦଳକୁ ୨୫ ହଜାର ଏବଂ ଭେଟେରାନ ଟୁର୍ଣ୍ଣାମେଣ୍ଟର ଚାମ୍ପିୟାନ ଦଳକୁ ୧୦ ହଜାର ଓ ୮ ହଜାର ପୁରସ୍କାର ରାଶି ରହିଛି I ଟୁର୍ଣ୍ଣାମେଣ୍ଟର ଶେଷ ପ୍ରସ୍ତୁତି ବୈଠକରେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଫାଓର ଉପ ସଭାପତି ଅସିତ ପତି, ଜୀବନ ସାହୁ, ପ୍ରଦୀପ କିଶୋର ମହାନ୍ତି, କଳିଙ୍ଗ କେଶରୀ ଜେନା, ଅମର କୁମାର ସେଠି, ପ୍ରଦୀପ କୁମାର ବେହେରା, ଯଦୁନାଥ ମାଝୀ, ସୁଦିପ ଦାସ, ଦିଲ୍ଲୀପ ଦାସ, କୈଳାଶ ବେହେରା, ଅଶୋକ ମିସ୍ତ୍ରୀ, ଲଲାଟେନ୍ଦୁ ବେହେରା, ବିନୋଦ ରାମ, ବିଜୟ କୁମାର ଦାସ (ମଣ୍ଟୁ ଦା), ସୁଶାନ୍ତ କରଣ, ଜୀତେନ୍ଦ୍ର ବେହେରା, ତପନ କୁମାର ସିନ୍ହା, ଉମେଶ ସାହୁ, ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇ ଟୁର୍ଣ୍ଣାମେଣ୍ଟର ସଫଳତା କାମନା କରିଥିଲେ I

