Ips e1712573319886

ଭାରତ-ପାକ୍ ଉତ୍ତେଜନା: ରାଜ୍ୟର ସବୁ ଆଇପିଏସଙ୍କ ଛୁଟି ବାତିଲ ନିର୍ଦ୍ଦେଶ

ରାଜ୍ୟ

ଭୁବନେଶ୍ଵର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ପାକ୍ ସେନା ଆକ୍ରମଣର ମୁଁହତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ।

ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସମସ୍ତ ଆଇପିଏସ ଅଫିସର୍‌ଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏପରିକି ମୁଖ୍ୟାଳୟ ନଛାଡ଼ିବାକୁ ମଧ୍ୟ କୁହାଯାଇଛି।

ଆହୁରି ମଧ୍ୟ ଅଧିକାରୀମାନେ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରେନିଂରେ ଥିଲେ ବି ଯୋଗଦେବାକୁ ନିର୍ଦ୍ଦେଶ ରହିଛି। ଓଡ଼ିଶା ପୋଲିସ ଡିଜିଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି କରାଯିବା ସହ କୌଣସି ଆଇପିଏସ ଅଫିସର୍‌ଙ୍କୁ ଛୁଟି ନଦେବାକୁ ମଧ୍ୟ କୁହାଯାଉଛି।

Shrutilipi ad