Img 20250508 wa0216

ବାରିପଦାଠାରେ ଆନ୍ତର୍ଜାତୀୟ ରେଡ କ୍ରସ ଦିବସ -୨୦୨୫ ପାଳିତ

ରାଜ୍ୟ
ବାରିପଦା:  ଆଜି ବାରିପଦା ଠାରେ  ଆନ୍ତର୍ଜାତୀୟ ରେଡ କ୍ରସ ଦିବସ -୨୦୨୫ ପାଳିତ ହୋଇଯାଇଛି | ଏହି ଅବସରରେ ସକାଳ ୮ ଘଟିକା ସମୟରେ ବାରିପଦା କ୍ଳବ ଠାରେ  ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟ ଓ ରେଡକ୍ରସ ର ସଦସ୍ୟ ବୃନ୍ଦ ଙ୍କ ମିଳିତ ସହଯୋଗରେ ଜିଲ୍ଲା ରକ୍ତ କେନ୍ଦ୍ର ର ଅଧିକାରୀ ଡ଼. ସୌମ୍ୟ ରଞ୍ଜନ ନାୟକ ଙ୍କ ତତ୍ୱାବଧାନରେ ଏକ ସ୍ଵେଛା କୃତ ରକ୍ତଦାନ ଶିବିର ଅୟୋଜିତ ହୋଇଥିଲା। ଉକ୍ତ ରକ୍ତଦାନ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ ଓ ବାରିପଦା ଉପଜିଲ୍ଲାପାଳ ଡ଼.ଦୟାସିନ୍ଧୁ ପରିଡା ମୁଖ୍ୟ ଅତିଥି ଓ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ଶ୍ରଦ୍ଧା ସୁମନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଉକ୍ତ ରକ୍ତଦାନ ଦାନ ଶିବିରରେ ୮ ଜଣ ମହିଳାଙ୍କ ସମେତ ସମୁଦାୟ ୫୯ ଜଣ  ରକ୍ତଦାନ କରିଥିଲେ।
ପରେ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ  ଇଣ୍ଡିଆନ ରେଡକ୍ରସ ସୋସାଇଟି, ଜିଲ୍ଲା ଶାଖା, ମୟୁରଭଞ୍ଜ ଆନୁକୂଲ୍ୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ଶ୍ରଦ୍ଧା ସୁମନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ (ଭା.ପ୍ର.ସେ.), ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ, ବିଶିଷ୍ଠ ଅତିଥି ଭାବେ ବରିଷ୍ଠ ସାଧନ କର୍ମୀ ତଥା ଇଣ୍ଡିଆନ ରେଡକ୍ରସ ସୋସାଇଟି, ଜିଲ୍ଲା ଶାଖା, ମୟୁରଭଞ୍ଜ ର ଭାଇସ ପାଟ୍ରୋନ ଡ଼. ରମାକାନ୍ତ ମହାନ୍ତ ଏବଂ ସ୍ୱତନ୍ତ ଅତିଥି ଭାବେ ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ  ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ରେଡ କ୍ରସର ପ୍ରତିଷ୍ଠାତା ସାର ଜିନ ହେନେରୀ ଡୁନାଣ୍ଟଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ।
ପ୍ରାରମ୍ଭରେ ଜିଲ୍ଲା ଜରୁରୀ କାଳୀନ ବିଭାଗର ଡେପୁଟି କଲେକଟର ଶ୍ରୀମତୀ ଶ୍ରଦ୍ଧା ସୁମନ ସ୍ୱାଗତ ଅଭିଭାଷଣ ପ୍ରଦାନ ସହିତ ଦିବସ ପାଳନ ର ଆଭିମୁଖ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ ବିଶ୍ୱରେ ରେଡକ୍ରସ ହେଉଛି ସର୍ବଶ୍ରେଷ୍ଠ ସେବା ପ୍ରଦାନ କାରୀ ସଂସ୍ଥା,ଏହି ସଂସ୍ଥା ର ସେବା ଯୋଗାଇବାର ପରିଧି ସାରା ବିଶ୍ୱରେ ପରିବ୍ୟାପ୍ତ କାରଣ ଏହାର କାର୍ଯ୍ୟ କେବଳ ରକ୍ତ ଦାନରେ ସୀମିତ ନୁହେଁ ବରଂ ପ୍ରତ୍ୟେକ କ୍ଷେତ୍ରରେ ଯେମିତି କି ପ୍ରାକୃତିକ ବିପର୍ଯୟ ହେଉ କି ଆକସ୍ମିକ ଦୁର୍ଘଟଣା ହେଉ ବା ଯୁଦ୍ଧ ବିଭୀଷିକା ହେଉ ଯଦି କେହି ଅସୁବିଧାରେ ପଡୁଛି ତାଙ୍କୁ ସାହାଯ୍ୟ ଓ ସେବା ଯୋଗାଇବା  ହେଉଛି ଏହାର ଧର୍ମ I ତେଣୁ ସ୍ଵେଛାକୃତ ଭାବେ ନିଜ ପାର୍ଶ୍ୱରେ ଅସୁବିଧା ରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଜିର ଦିବସରେ ଆମେ ସମସ୍ତେ ସଂକଳ୍ପ ବଦ୍ଧ ହେବା ପାଇଁ ଆହ୍ୱାନ ଜଣାଇଥିଲେ।
ସେହିପରି ସମ୍ମାନିତ ଅତିଥି ଶ୍ରୀ ମଲ୍ଲିକ କହିଥିଲେ ଯେ ସ୍ୱାସ୍ଥ୍ୟ,ସେବା ଓ ବିଶ୍ୱ ବନ୍ଧୁତା ହେଉଛି ରେଡ କ୍ରସ ର ମୂଳ ଲକ୍ଷ୍ୟ. ସମସ୍ତଙ୍କ ଜୀବନ ମୂଲ୍ୟବାନ। ବହୁ ସମୟରେ ଏହି ମୂଲ୍ୟବାନ ଜୀବନକୁ ବଞ୍ଚାଇବା ପାଇଁ ରକ୍ତର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡ଼େ। ସମ୍ପ୍ରତି ଦେଶରେ ଯୁଦ୍ଧ ପରିସ୍ଥିତି ଦେଖା ଦେଇଥିବାରୁ  ସ୍ଵେଛାକୃତ ରକ୍ତଦାନ ପାଇଁ ଯୁବ ସମାଜ ତଥା ଜନସାଧାରଣ ଙ୍କ ମଧ୍ୟ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
ସେହିପରି ବିଶିଷ୍ଠ ଅତିଥି ଡ଼. ମହାନ୍ତ ସମ୍ପ୍ରତି ଦେଖା ଦେଇଥିବା ବାୟୁ ପ୍ରଦ୍ୟୁଷଣ ଏବଂ ଖାଦ୍ୟ ପ୍ରଦ୍ୟୁଷଣ ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାଦେୟ ମୂଳକ ଟିପ୍ସ ଉଲ୍ଲେଖ କରିଥିଲେ। ପରିବେଶବିତ ତଥା ରେଡ କ୍ରସର ଆଜୀବନ ସଦସ୍ୟ ଶ୍ରୀ  ପଟ୍ଟନାୟକ,  ପରିବେଶକୁ ସୁରକ୍ଷା କରିବା ପାଇଁ ଉତ୍ତମ ମାନସିକତା ସହ ଉପଯୁକ୍ତ ଗଛ ଉପଯୁକ୍ତ ସ୍ଥାନରେ ଲଗାଇ ଏହାର ଯତ୍ନ ନେବା ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମ ଶେଷରେ ରେଡ କ୍ରସର ଆଜୀବନ ସଦସ୍ୟ ଦୀପକ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେI
ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ପଦାଧିକାରୀ, ସ୍ବେଛାସେବୀ, ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସମେତ ରେଡକ୍ରସ ର ଆଜୀବନ ସଦସ୍ୟ ଅମର କୁମାର ସେଠୀ, ଶଶଧର ବିଶ୍ୱାଳ, ବଳରାମ ନାଥ, ଭାସ୍ବତୀ ବାରିକ, ପେଟ୍ରୋନ ସୁବାସ ସାହୁ, ବିମ୍ବାଧର ସାହୁ, ନାରାୟଣ ପଦାର, କିଚକ ବେହେରା, ସତ୍ୟବ୍ରତ ଦାଶ, ସଞ୍ଜୟ କୁମାର ପଟ୍ଟନାୟକ, ସଞ୍ଜୟ ଦ୍ୱାରି, ରବୀନ୍ଦ୍ର ନାଥ ଦାଶ, ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ରୁଚିକା ଖୁରାନା, ଛବି ମହାନ୍ତ, ଶକୁନ୍ତଳା ମହାନ୍ତ, ସୁକୁଲ ହେମ୍ବ୍ରମ, କରୁଣାକର ଜେନା ଓ ରବି ବେହେରା  ସହଯୋଗ କରିଥିଲେI
Shrutilipi ad