Majhi e1718393614900

ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୮ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏହି ବୈଠକରେ ୫ଟି ବିଭାଗର ୮ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଫଳରେ ୧୦୦୦ କୋଟି ବ୍ୟୟରେ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ ବୋଲି ଜଣାପଡ଼ିଛି।
ରାଜ୍ୟ କ୍ୟାବିନେଟରେ ବୈଠକ ନିର୍ବାଚନମଣ୍ଡଳିରେ ଥିବା ସଡ଼କ ନିର୍ମାଣ ଓ ମରାମତି ପାଇଁ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି। ‘ନିର୍ବାଚନ ମଣ୍ଡଳୀ ଅର୍ଥ ବ୍ୟବସ୍ଥା’ ନାଁରେ ନୂତନ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ ହେବ। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।
ମୁଖ୍ୟମନ୍ତ୍ରୀ ବସ ସେବାରେ ଯାତାୟତ କରୁଥିବା ମହିଳା ଓ ଟ୍ରାନ୍ସ ଜେଣ୍ଡରଙ୍କ ସମେତ ଛାତ୍ର, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ୫୦% ରିହାତି ପ୍ରଦାନ କରାଯିବ। ସେହିପରି ପ୍ରାଣୀ ଚିକିତ୍ସା ବୈଷୟିକ ନିୟମକୁ ମଞ୍ଜୁରୀ ମିଳିଥିବାବେଳେ ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରରେ ନୂତନ ୧୧୩ ପଦବୀ ସୃଷ୍ଟି ହେବ ବୋଲି ସୂଚନା ମିଳିଛି।

Shrutilipi ad