ବାରିପଦା: ଜନୈକ ନାବାଳିକା କୁ ଅପହରଣ କରିବା ଏବଂ ତା ସହିତ ହୋଇଥିବା ଏକ ଦୁଷ୍କର୍ମ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ନିମଡ଼ିହି କଲୋନୀ ସାହି ଗ୍ରାମର ରବି ଏଲିଏସ ରବିନାରାୟଣ ଭୂୟାଁ (25) କୁ ଦଫା 363 ଏବଂ 366 ଉଭୟରେ ଅନୁଯାୟୀ ପାଞ୍ଚ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସମେତ ମୋଟ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ସେହିପରି ଦଫା 6 ଅଫ ପୋକ୍ସ ଆକ୍ଟ ରେ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ଏ ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି l ଏଥି ସହିତ କ୍ଷତିପୁରଣ ବାବଦରେ ପୀଡିତା ନାବାଳିକା ନାମରେ ଏକ ରାଷ୍ଟ୍ରୟତ ବ୍ୟାଙ୍କରେ ତିନି ଲକ୍ଷ ଟଙ୍କା ପାଞ୍ଚ ବର୍ଷ ପାଇଁ ଜମା କରିବା କୁ ଜିଲ୍ଲା ଆଇନ ସହୟତା କର୍ତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ନିର୍ଦେଶ ଦିଆଯାଇଅଛି l ମାମଲାର ବିବରାଣୀ ରୁ ପ୍ରକାଶ ଯେ 2024 ମସିହା ମାର୍ଚ୍ଚ 26 ରିଖ ରା଼ତ୍ରୀ ପାଖାପାଖି 2 ଟା ସମୟରେ ନାବାଳିକା ର ପରିବାରଵର୍ଗ ନିଦରୁ ଉଠି ଦେଖିଲେ ତାଙ୍କ ଝିଅ ଘରେ ନାହିଁ l ଝିଅ କୁ ଅନେକ ଖୋଜା ଖୋଜି କରିବାପରେ ଜାଣିବାକୁ ପାଇଲେ ତାକୁ ଅଭିଯୁକ୍ତ ରବି ନେଇ ପଳାଇଛି l ତାକୁ ଅଭିଯୁକ୍ତ ପ୍ରଥମେ ଟାଟା ଠାରେ ଏକ ସମ୍ପର୍କୀୟ ଙ୍କ ଘରେ ରଖିବାପରେ ଏକ ଭଡା ଘରେ ନେଇ ରଖିଥିଲା l ସେଠାରେ ତା ସହିତ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିଲା l ନାବାଳିକା ପରିବାରଵର୍ଗ ଙ୍କ ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୋଲିସ ନାବାଳିକା କୁ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଏ ବାବଦରେ ବହଳଦା ଥାନାରେ କେସ ନମ୍ବର 40/27.3.2024 ରେ ଏକ ପୋକ୍ସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ 8 ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l

