Img 20250507 wa0237

ବୟନିକା ‘ ର ୬୯ ତମ ପ୍ରତିଷ୍ଠା ଦିବସ ପାଳିତ 

ରାଜ୍ୟ
ବାରିପଦା:  ଓଡ଼ିଶା ହସ୍ତତନ୍ତର ଅଗ୍ରଣୀ ଅନୁଷ୍ଠାନ ‘ ଵୟନିକା’ ର  ୬୯ ତମ ପ୍ରତିଷ୍ଠା ଦିବସ ଓଡ଼ିଶା ସମେତ ଭାରତ ଏବଂ ଭାରତ ବାହାରେ ଯେଉଁଠାରେ ବୟନିକା ବିପଣନ କେନ୍ଦ୍ର ଅଛି ସେଠାରେ ପାଳିତ ହୋଇଯାଇଛି ।ସାରା ବିଶ୍ଵରେ  ଓଡ଼ିଶା ହସ୍ତତନ୍ତର ବୟନିକା ର ଏକ ସ୍ବତନ୍ତ୍ର ନିଆରା ପରିଚୟ ଅଛି ।ଏହାର ମାନ,ବାନ୍ଧ କଳା ଗୁଣବତ୍ତା, ଆକର୍ଷଣୀୟ ଡିଜାଇନ୍ ସମସ୍ତଙ୍କୁ ଆକର୍ଷଣିୟ କରିଛି ।  ସହରର ଗୋଲେଇ ଛକ ନିକଟସ୍ଥ ହରପାର୍ବତୀ ପାର୍ବତୀ ମଣ୍ଡପ ସମ୍ମୁଖରେ’ ବୟନିକା ‘ବିପଣନ କେନ୍ଦ୍ର ରେ  ୬୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି  ।ଏହି ଅବସରରେ ଵାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ( ଆଇ ଏ ଏସ) ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ତାଙ୍କ ସହିତ ଟେକ୍ସଟାଇଲ ଇନ୍ସପେକ୍ଟର ଆକାଶ କୁମାର ପଲେଇ,ବୟନିକା ର ବିଭାଗୀୟ ଅଧିକାରୀ ସରୋଜ ରାଉତ,ବିଶ୍ବ ରଞ୍ଜନ ଗିରି, ସୁବ୍ରତ ସ୍ୱାଇଁ, ସାମ୍ବାଦିକ ଅକ୍ଷୟ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ ।ଉପ ଜିଲ୍ଲାପାଳ ବୟନିକା ପରିସର ବୁଲି ଏହାର ପ୍ରଶଂସା କରିବା ସହ ଏହାର ପ୍ରଚାର ଏବଂ ପ୍ରସାର ପାଇଁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୟନିକା ଫ୍ଳେକ୍ସି ମାରିବାକୁ ପରାମର୍ଶ ଦେଇଥିଲେ । ଯାହାଦ୍ଵାରା ସହରକୁ ଆସୁଥିବା ଦୈନିକ ହଜାର ହଜାର ଲୋକ ବୟନିକା କେନ୍ଦ୍ର କୁ ଯାଇ ନିଜ ମନ ପସନ୍ଦର ପୋଷାକ,ସମ୍ବଲପୁରୀଶାଢ଼ୀ,ଖଣ୍ଡୁଆ ପାଟ, ଗାମୁଛା,ରୁମାଲ, ଚାଦର, ଉତ୍ତରୀୟ କିଣି ପାରିବେ ।ଏହି ଅବସରରେ ରାଜ୍ୟ ସରକାର ୨୦୨୪/୨୫ ରେ ବୟନିକା ର ବିକ୍ରି ୨୨୪ କୋଟି ଟଙ୍କା ରହିଛି ।୨୦୨୫ ବର୍ଷ ପାଇଁ ୨୭୦ କୋଟି ଟଙ୍କାର ବିକ୍ରି ର ଲକ୍ଷ୍ଯ ରଖାଯାଇଛି ।
Shrutilipi ad