Img 20250506 wa0250

‘ସମ୍ବିଧାନ ବଞ୍ଚାଅ ନେଇ’ ପ୍ରସ୍ତୁତି ପାଇଁ କଂଗ୍ରେସ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ

ରାଜ୍ୟ

ବାରିପଦା : ସମ୍ବିଧାନ ଉପରେ ବିଜେପିର ବାରମ୍ବାର କଠୋରଘାତ ନେଇ କଂଗ୍ରେସ ଦଳ ଘୋର ଅସନ୍ତୋଷ ପ୍ରକାଶ କରିଛି । ସମ୍ବିଧାନ କୁ ଦୁର୍ବଳ କରି ଦିଆଯାଉଛି । ତେଣୁ ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ହେଉଛି ଦେଶର ଗଣତନ୍ତ୍ର ର ସୁରକ୍ଷା କବଚ । ସମ୍ବିଧାନ ଦ୍ବାରା ଦଳମତ,ଜାତିଗତ ନିର୍ବିଶେଷରେ ସମସ୍ତଙ୍କର ମୌଳିକ ଅଧିକାର କୁ ସୁରକ୍ଷା ଦେଉଛି । କିନ୍ତୁ ଏହାକୁ ଏନଡିଏ ସରକାର ଦିନକୁ ଦିନ ଆଇନ ବଦଳାଇ ଦୁର୍ବଳ କରିବାରେ ଲାଗିଛି । ତେଣୁ କଂଗ୍ରେସ ଦଳ ରାହୁଲ ଗାନ୍ଧୀ ଙ୍କ ନେତୃତ୍ବରେ ଦେଶର ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ‘ସମ୍ବିଧାନ ଵଞ୍ଚାଅ’ ନେଇ ଜନସଚେତନତା ବାର୍ତ୍ତା ଦେବାପାଇଁ ଦଳୀୟ‌କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ତେଣୁ ରାହୁଲ ଗାନ୍ଧୀଙ୍କ ନିର୍ଦେଶକ୍ରମେ ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସ ଓ‌ ରାଜ୍ଯ କଂଗ୍ରେସ ପ୍ରଭାରୀ ସମସ୍ତ ଜିଲ୍ଲା ନେତୃବୃନ୍ଦ ଙ୍କୁ ସମ୍ବିଧାନ ବଂଚାଅ ସଭା ସମିତି କାର୍ଯ୍ୟକ୍ରମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ତାଙ୍କରି ନିଦେଶକ୍ରମେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଭୁବନ ବିହାରୀ ସାହୁଙ୍କ ସଭାପତିତ୍ବରେ କୁଡୁମୀ ଭବନ ପରିସରରେ ଏକ ‘ସମ୍ବିଧାନ ବଚାଅ ‘ପ୍ରସ୍ତୁତି ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆଜି ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ଯଵେକ୍ଷକ ନଳିନୀ ମହାନ୍ତି, ଜିଲ୍ଲା ପ୍ରଭାରୀ କେନ୍ଦୁଝର ପ୍ରାକ୍ତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ରାଇରଙ୍ଗପୁର ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ରାଇରଙ୍ଗପୁର ପ୍ରାକ୍ତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦା,ବହଳଦା ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି, ୨୦୨୪ ରାଇରଙ୍ଗପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ଯୋଗେନ୍ଦ୍ର ବାନରା ପ୍ରମୁଖ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ ।ଖବରଦାତା ସମ୍ମିଳନୀରେ କଂଗ୍ରେସ ଦଳର ରାହୁଲ ଗାନ୍ଧୀଙ୍କ ଦିର୍ଘ ବର୍ଷର ଜାତି – ଜନଗଣନା କରାଇବା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିଥିବାରୁ ‘ ଜାତି- ଜନଗଣନା ବିଜୟୀ ଉତ୍ସବ’ ମଧ୍ଯ‌ପାଳନ କରାଯିବ । ଏହି ଉପଲକ୍ଷେ ସେ ୧୬ ତାରିଖ ଶୁକ୍ରବାର ଦିନ ସମ୍ବିଧାନ ବଞ୍ଚାଅ ଏବଂ ଜାତି- ଜନଗଣନା ବିଜୟୀ ଉତ୍ସବ ଶୋଭାଯାତ୍ରା ପୂର୍ବାହ୍ନ ୯ ଘଟିବାରୁ ୧୨ ଘଟିକା ମଧ୍ୟରେ ଅନୁଷ୍ଠିତ ହେବ ।ତଦସହ ଆଖପାଖ ଅଂଚଳରେ ଉଛେଦ କ୍ଷତିଗ୍ରସ୍ତ ଙ୍କ ନ୍ୟାୟ ମିଳିବା ଦାବିରେ ୧୬ ତାରିଖରୁ ଦୈନିକ ୯ ଠାରୁ ୧୨ ଟା ମଧ୍ୟରେ ଧାରଣା ଦିଆଯିବାକୁ କଂଗ୍ରେସ ଦଳ ତରଫରୁ ସହଯୋଗ କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଳକରୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ବସନ୍ତ ପଟ୍ଟନାୟକ,ଅଶୋକ ଅଗ୍ରୱାଲ ଭାଗିରଥି ପାତ୍ର,ମନୋଜ ନାଏକ,ରାଇସେନ ସୋରେନ,ହେଲେନା ବାଗେ ,ଚିକୁ ମହାନ୍ତି,ଭଜହରି ମହାନ୍ତ ସମେତ ବହୁ କଂଗ୍ରେସ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

Shrutilipi ad