Img 20250506 wa0233

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଫିଟ୍‌ ଇଣ୍ଡିଆ ୨୦୨୫ ଅନୁଷ୍ଠିତ

ରାଜ୍ୟ

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଫିଟ୍‌ ଇଣ୍ଡିଆ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ନାଗରିକମାନଙ୍କୁ ସେମାନଙ୍କର ଦୈନନ୍ଦିନ ଜୀବନରେ ଶାରୀରିକ କାର୍ଯ୍ୟକଳାପକୁ ସାମିଲ କରିବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଏକ ପଦକ୍ଷେପକୁ କାର୍ଯ୍ୟକାରୀ କରିବାପାଇଁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଏକ ସାଇକେଲ ର‍୍ୟାଲିର ଆୟୋଜନ କରାଯାଇଥିଲା । ଏଥିରେ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଫ୍ଲାଗ୍-ଅଫ୍ ପୂର୍ବରୁ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ସମାବେଶକୁ ସମ୍ବୋଧନ କରି ନିଜ ବକ୍ତବ୍ୟରେ ନିୟମିତ ବ୍ୟାୟାମର ଗୁରୁତ୍ୱ ଉପରେ ଆଲୋକପାତ କରି ସାଇକେଲ୍‌ ଚାଳନା କେବଳ ଏକ ଶାରୀରିକ କାର୍ଯ୍ୟକଳାପ ନୁହେଁ ବରଂ ସ୍ୱାସ୍ଥ୍ୟ ଏବଂ ପରିବେଶ ପ୍ରତି ଆମର ଦାୟିତ୍ୱ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡକ୍ଟର ପ୍ରିୟ ରଞ୍ଜନ ଦେବତା, ସହଯୋଗୀ ପ୍ରଫେସର ଡକ୍ଟର ଗୁଣନିଧି ଧାଙ୍ଗଡାମାଝୀ, ଡକ୍ଟର ଯତୀନ୍ଦ୍ରନାଥ ବେଶ୍ରା, ଡକ୍ଟର ଜନ୍ମେଞ୍ଜୟ ନାୟକ ଏବଂ ଡକ୍ଟର ପ୍ରିୟଙ୍କା ଦାସ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

 

Shrutilipi ad