Img 20250503 wa0224

୩୪ ତମ ରଥଯାତ୍ରା କମିଟିର ଅଧ୍ୟକ୍ଷ ହେଲ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ 

ରାଜ୍ୟ
ବାରିପଦା- ବାମନଘାଟି ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦେବୋତ୍ତର କମିଟି ଅଧ୍ୟକ୍ଷ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଙ୍କ ସଭାପତିତ୍ବରେ ୩୪ ତମ ରଥ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯିବି । ଏଥିରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବରିଷ୍ଠ ସଦସ୍ୟ ମନୋରଞ୍ଜନ ମହାନ୍ତି,  ମନ୍ଦିର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ରାଜ୍ୟ  ବିଜେପି ସଂପାଦକ ନବୀନ ରାମ,ପ୍ରାକ୍ତନ ମୋରଡା ଵିଧାୟକ ରାଜ କିଶୋର ଦାସ, ଡାହୁକ କୃଷ୍ଣ ଵିହାରୀ ମହାନ୍ତି ଅଶୋକ ଅଗ୍ରୱାଲ,ଶିବୁ ଅଗ୍ରୱାଲ, ଦେବୋତ୍ତର କମିଟି କର୍ମଚାରୀ ପ୍ରସାଦ  ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଚଳିତବର୍ଷ ରଥଯାତ୍ରା କମିଟିର ଅଧ୍ୟକ୍ଷ ପାଇଁ ସର୍ବସମ୍ମତିକ୍ରମେ ସାଂସଦ ନବ ଚରଣ ମାଝୀଙ୍କୁ ମନୋନୀତ କରାଯାଇଥିଲା। ପରବର୍ତ୍ତୀ ବୈଠକରେ ସେ ରଥ କମିଟି ଗଠନ କରି ରଥଯାତ୍ରା  ପ୍ରସ୍ତୁତିପାଇଁ ଆଗକୁ ବଢିଵେ । ସାଂସଦ ୩୪ ତମ ରଥଯାତ୍ରା କମିଟିର ଅଧ୍ୟକ୍ଷ ପାଇଁ ମନୋନୀତ କରିଥିବାରୁ ସେ କମିଟିକୁ ଏବଂ ଅଂଚଳ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ଆଗାମୀ ରଥଯାତ୍ରାକୁ ଶୃଂଖଳାର ସହ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
Shrutilipi ad