Img 20250502 wa0112

ବିଜାତଳା ବ୍ଲକରେ ପଂଚାୟତ ସମିତି ବୈଠକ ଅନୁଷ୍ଠାନ

ରାଜ୍ୟ
ବାରିପଦା – ବିଜାତଳା ସମିତି  କାର୍ଯ୍ୟାଳୟ ବରଗଡ ସଭା ଗୃହରେ ବ୍ଲକ ଅଧ୍ୟକ୍ଷା ରାଣୀ ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଡ଼ିଓ ବଂଶୀଧର ଖୋସଲା ଙ୍କ ସମେତ ମୁଖ୍ୟ ଅତିଥି ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ସlରସକଣା  ବିଧାୟକ ଭlଦବ ହାଁସଦା, ରାଜ୍ୟ ସଭା ସାଂସଦ ପ୍ରତିନିଧି ସରୋଜ ମହାନ୍ତ ଙ୍କ ଉପସ୍ଥିତିରେ ବ୍ଲକ ଶିକ୍ଷାଧିକାରୀ ନେପଲ ମୁଣ୍ଡା ବ୍ଲକ ର ଶିକ୍ଷା ଦାନ, ତଥା ବିଭିନ୍ନ ସମସ୍ୟା ରେ ଆଲୋକପାତ କରି ଥିଲେ l ବିଜାତଳା ସି. ଏଚ. ସି. ଚିକିତ୍ସାଧିକାରୀ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋଚନା କରିଥିଲେ l ସେହିଭଳି ଶିଶୁ ମହିଳା ବିକାଶ, କୃଷି ଉଦ୍ୟାନ ବିଭାଗ,ସାମାଜିକ ମଙ୍ଗଳ ଓ ସୁରକ୍ଷା ବିଭାଗ,ପାନୀୟ ଜଳ ଯୋଗାଣ ଯୋଗାଣ,ସାଧାରଣ ବଣ୍ଟନ,ଜଳ ସେଚନ, ଜାତୀୟ କର୍ମ ନିଯୁକ୍ତି ଯୋଜନା ସମ୍ପର୍କିତ ଅଧିକାରୀ ମାନେ ଉପସ୍ଥିତ ରହି  ଆଲୋଚନାରେ ଭାଗ ନେଇଥିଲେ l ଉକ୍ତ ବୈଠକ ରେ ସହକାରୀ ଯନ୍ତ୍ରୀ ବିମଳା ମାର୍ଣ୍ଡି,ଉପାଧ୍ୟାକ୍ଷା ରୁପିମଣି ମାଝୀ, 32ନମ୍ବର ଜିଲ୍ଲା ପରିଷଦ ସଦସ୍ଯା ମିନା ସୋରେନ,ସମିତି ର ସମସ୍ତ ସଭ୍ୟ,/ସଭ୍ୟା, ସରପଞ୍ଚ, କନିଷ୍ଠ ଯନ୍ତ୍ରୀ,  ପିଇଓ,ତଥା ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଭା ପରିଚାଳନା ରେ ସହଯୋଗ କରିଥିଲେ l ଵିଜାତଳା ବ୍ଳକର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କର ମିଳିତ ସହଯୋଗ ଆବଶ୍ୟକ ବୋଲି ବିଡ଼ିଓ କହିଥିଲେ l
Shrutilipi ad