Img 20250503 wa0194

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ରାଜ୍ୟ
ବାରିପଦା:  ସ୍ଥାନୀୟ ବାରୁଣୀ ରୋଡସ୍ଥିତ ମୟୁରଭଞ୍ଜ କେମିଷ୍ଟ ଭବନରେ ଉତ୍କଳ କେମିଷ୍ଟ ପରିବାରର ଚିର ନମସ୍ୟ ସ୍ବର୍ଗତ ଚୌଧୁରୀ ପ୍ରବୀର କୁମାର ଦାସଙ୍କ ନବମ ଶ୍ରାଦ୍ଧ ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର ହୋଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ସମ୍ମାନିତ ଅତିଥି ସମାଜସେବୀ ଅମର କୁମାର ସେଠି, ସର୍ବଭାରତୀୟ କେମିଷ୍ଟ ସଂଘର କାର୍ଯ୍ୟକାରିଣୀ ସଦସ୍ୟ ସରୋଜ କୁମାର ସାହୁ, ucdaର ପୂର୍ବତନ ସଭାପତି ସୁଢଳ ବିହାରୀ ମହାନ୍ତି ଓ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଉପସ୍ଥିତିରେ ଉକ୍ତ ଶିବିରକୁ ଉଦଘାଟନ କରିଥିଲେ ଏବଂ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ସଂଘର କାର୍ଯ୍ୟକର୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ।
ଉକ୍ତ ଶିବିରରେ ୫ଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ ୧୫୧ଜଣ ରକ୍ତଦାନ କରିଥିଲେ। ଏହି ଶିବିରକୁ ଜିଲ୍ଲା ସମ୍ପାଦକ ମାନସ ରଞ୍ଜନ ମହାନ୍ତି OSRU ର ବରିଷ୍ଠ କାର୍ଯ୍ୟକର୍ତା ତପନ ବସା ଓ଼ ନୟନ ଦାସଙ୍କ ଉପସ୍ଥିଥିରେ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ। Mcda ର ବରିଷ୍ଠ ସଦସ୍ୟ ଶିବଶଙ୍କର ସାକୁନୀଆ, ଅମୀୟ ମହାପାତ୍ର, ଡ଼ା. ନାରାୟଣ ବେହେରା, ନରେଶ ଅଗ୍ରୱାଲ, ବିଜିକାନନ୍ଦ ମହାନ୍ତି, ବିବେକାନନ୍ଦ ଶେଜପଡ଼ା, ସୁଜିତ ନାଥ, ନିରୋଜ ସାହୁ, ସୁନିତ ସାକୁନିଆ, ସୋମୁ ପଟ୍ଟନାୟକ ଶିବିର ପରିଚାଳନା କାର୍ଯ୍ୟକ୍ରମରେ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ।
ରକ୍ତଭଣ୍ଡାରର ଡାକ୍ତର ନୀଲେଶ ଦାସଙ୍କ ନେତୃତ୍ୱରେ ରୁଚିକା  ଖୁରାନା, ପୁଣ୍ଡାରୀକାକ୍ଷ୍ୟ ଦାଶ, ଛବି ମହାନ୍ତ, ଶକୁନ୍ତଳା ମହାନ୍ତ, ସତ୍ୟଜିତ ମହାନ୍ତ, ପାର୍ଥସାରଥୀ ମହାନ୍ତ ଓ଼ ନୀତିଶ ସାମଲ ରକ୍ତ ସଂଗ୍ରହ କରିଥିଲେ। ଏହି ପୁଣ୍ୟ ତିଥିରେ ରାଇରଙ୍ଗପୁରଠାରେ ଜିଲ୍ଲା ସଭାପତି ବିକାଶ ମହାନ୍ତଙ୍କ ନେତୃତ୍ୱରେ ୫୦ୟୁନିଟ, କରଞ୍ଜିଆ ଠାରେ ଲପୁ ଅଗ୍ରୱାଲଙ୍କ ନେତୃତ୍ୱରେ ୩୦ୟୁନିଟ ଏବଂ ଉଦଳାଠାରେ ମନୋଜ ପଟନାୟକ, ନିନୀବାବୁଙ୍କ ନେତୃତ୍ୱରେ ୧୯ୟୁନିଟ ସ୍ଥାନୀୟ ରକ୍ତଭଣ୍ଡାରରେ ରକ୍ତଦାନଦ୍ୱାରା ଜିଲ୍ଳାରେ ସର୍ବମୋଟ ୨୫୦ୟୁନିଟ ରକ୍ତଦାନ କରାଯାଇଛି। ରାଇରଙ୍ଗପୁର ଶିବିରରେ ସ୍ଥାନୀୟ ଉପଜିଲ୍ଲାପାଳ ସୌମ୍ୟରଂଜନ ପ୍ରଧାନ ଏବଂ ମୟୁରଭଞ୍ଜ ସାଂସଦ ନବଚରଣ ମାଝୀଙ୍କ ଉପସ୍ଥିତିରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l
Shrutilipi ad