- ଜିଲ୍ଲାପରିଷଦ ଅଧିନସ୍ଥ ବିଭିନ୍ନ ବିଭାଗୀୟ ଜନ କଲ୍ୟାଣ ଯୋଜନା ସମ୍ପର୍କ ରେ ବିଶଦ ଆଲୋଚନା
ବାରିପଦା: ମୟୁରଭଞ୍ଜ ଜିଲ୍ଲା ପରିଷଦ ର ୮ମ ବୈଠକ ଆଜି ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |
ବୈଠକରେ ମାନ୍ୟବର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ, ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ବିଧାୟକ ଉଦଳା ଶ୍ରୀ ଭାସ୍କର ମଢେଇ, ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ, ମାନ୍ୟବର ବିଧାୟକ ସାରସକଣା ଶ୍ରୀ ଭାଦବ ହାଁସଦା, ମାନ୍ୟବର ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳି, ମାନ୍ୟବର ବିଧାୟକ ରାଇରଙ୍ଗପୁର ଶ୍ରୀ ଜଲେନ ନାଏକ, ମାନ୍ୟବର ବିଧାୟିକା ବାଙ୍ଗରିପୋଷୀ ସୁଶ୍ରୀ ସଞ୍ଜଳୀ ମୁର୍ମୁ, ମୟୁରଭଞ୍ଜ ଜିଲ୍ଲପାଳ ଶ୍ରୀ ହେମ କାନ୍ତ ସୟ , ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା ପ୍ରମୁଖ ଙ୍କ ସମେତ ଜିଲ୍ଲା ପରିଷଦ ର ସଦସ୍ୟ/ ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ବିଭିନ୍ନ ସରକାରୀ ବିଭାଗ ର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଜିଲ୍ଲାରେ ଜନସାଧାରଣଙ୍କ ସାମାଜିକ, ଅର୍ଥନୈତିକ ତଥା ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ରେ କାଯ୍ୟକାରି କରାଯାଉଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ର ଅଗ୍ରଗତି ଓ ସ୍ଥିତି ସମ୍ପର୍କ ରେ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ |
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ସମସ୍ତଙ୍କୁ ସ୍ୱାଗତ ଜଣାଇ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ବିଭାଗୀୟ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଗୁଡିକ ଆଗେଇ ନେବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇ ବୈଠକ ପରିଚାଳନା କରିଥିଲେ | ସଭା କାର୍ଯ୍ୟ ଆରମ୍ଭରେ କାଶ୍ମୀରର ପହେଲଗାମ ଠାରେ ଆତଙ୍କୀ ହମଲାରେ ନିହତ ହୋଇଥିବା ବ୍ୟକ୍ତି ତଥା ସେମାନଙ୍କ ଶୋକସନ୍ତପ୍ତ ପରିବାରଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ନିହତ ବ୍ୟକ୍ତି ଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥି ସହିତ ଆଦିବାସୀ ବହୁଳ ଜିଲ୍ଲାରେ ବାଲ୍ୟ ବିବାହକୁ ସାମୁହିକ ପ୍ରୟାସରେ ସମ୍ପୂର୍ଣ୍ଣ ବିଲୋପ କରିବା ଉଦେଶ୍ୟରେ ଅଧ୍ୟକ୍ଷା ଶ୍ରୀମତୀ ହାଁସଦା ଉପସ୍ଥିତ ଥିବା ସମସ୍ତଙ୍କୁ ଏକ ଶପଥ ପାଠ କରାଇଥିଲେ।
ମାନ୍ୟବର ମନ୍ତ୍ରୀ ତା’ଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜିଲ୍ଳାରେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକାରି ହେଉଥିବା ଜନକଲ୍ୟାଣ ଯୋଜନାରେ କୌଣସି ଜଣେବି ଯୋଗ୍ୟ ହିତାଧିକାରୀ ଯେମିତି ଯୋଜନାରୁ ବଂଚିତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ପରିଷଦ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ ଗତ ଜିଲ୍ଲା ପରିଷଦ ବୈଠକରେ ସଭ୍ୟସଭ୍ୟା ମାନଙ୍କ ଦ୍ୱାରା ଉତଥାପିତ ଆପତ୍ତି ଅଭିଯୋଗ ଓ ପ୍ରସ୍ତାବ ଆଦି ବିଷୟ କ୍ରମରେ ସମ୍ପୃକ୍ତ ବିଭାଗ ଅଧିକାରୀ ମାନଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅନୁପାଳନ ବିବରଣୀ ଉପରେ ସମୀକ୍ଷା ମୂଳକ ଆଲୋଚନା ପୂର୍ବକ ଦୃଢ଼ୀକରଣ କରାଯାଇଥିଲା |
ତତ୍ପରେ ବୈଠକ ରେ ବିଶେଷ କରି ସ୍ୱାସ୍ଥ୍ୟ, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ବଣ୍ଟନ ତଥା ଵୟୋ ବନ୍ଧନ ଯୋଜନାରେ ଚିହ୍ନଟି କରଣ ସ୍ଥିତି, ସାଧାରଣ ବଣ୍ଟନ, ରାସନ କାର୍ଡ ବଣ୍ଟନ, କୃଷି, ଉଦ୍ୟାନ, ଶିକ୍ଷା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ବିଦ୍ୟୁତ,ଗ୍ରାମ୍ୟ ସଡ଼କ ଯୋଜନା, କୃଷି, ଉଦ୍ୟାନ କୃଷି, ସମ୍ୱନ୍ୱିତ ଆଦିବାସୀ କଲ୍ୟାଣ, ସେରିକାଲଚର, ଜିଲ୍ଲା ମଙ୍ଗଳ, ଆଦି ବିଭିନ୍ନ ବିଭାଗ ଯୋଜନା ଅନ୍ତର୍ଗତ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣ କାରୀ ଯୋଜନା ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା |
ଆଲୋଚନା ପ୍ରସଙ୍ଗ କ୍ରମରେ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ- ଅଧ୍ୟକ୍ଷା ମାନଙ୍କ ଦ୍ୱାରା ଗୃହ ରେ ଉପସ୍ଥାପିତ ଆପତ୍ତି ଅଭିଯୋଗ ତଥା ଗଠନ ମୂଳକ ପ୍ରସ୍ତାବ ଉପରେ ସମ୍ପୃକ୍ତ ବିଭାଗ ଅଧିକାରୀଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କ ରେ ଅବଗତ କରିଥିଲେ |
ମାନ୍ୟବର ବିଧାୟକ ସନାତନ ବିଜୁଳି ଡିଏମଏଫ ଟ୍ରଷ୍ଟ ବୋର୍ଡ଼ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ।
ଅନ୍ୟାନ୍ୟ କିଛି ଆପତ୍ତି ଅଭିଯୋଗ ସମ୍ପର୍କ ରେ ଅନୁଧ୍ୟାନ କରି କ୍ଷେତ୍ର ପରିଦର୍ଶନ ପୂର୍ବକ ତଥ୍ୟ ଆହୋରଣ କରି ଆବଶ୍ୟକ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ |
ପରିଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ |

