Img 20250502 wa0103

ଗଳ୍ପ ସଂକଳନ “ଋତୁ ଏକ କଥା ଅନେକ” ଲୋକାର୍ପିତ 

ରାଜ୍ୟ
ବାରିପଦା – ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବାରିପଦା ଷ୍ଟାଡିଅମ ସ୍ଥିତ ସମ୍ମିଳନୀ କକ୍ଷରେ ଡ଼. ଅର୍ଚନା ପ୍ରଧାନ ଙ୍କ ଗଳ୍ପ ସଂକଳନ “ଋତୁ ଏକ କଥା ଅନେକ” ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ   ହୋଇଯାଇଛି l  ଏହି ଉତ୍ସବର ପ୍ରାରମ୍ଭରେ ଚିତ୍ରଡା ମହାବିଦ୍ୟାଳୟର ଦର୍ଶନ ଅଧ୍ୟାପକ ବୁଦ୍ଧିରାମ ସିଂ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ l ବିଶିଷ୍ଟ ସାହିତ୍ୟିକ, ସଂଗଠକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜୟ କୁମାର ପାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ l  ଅବସରପ୍ରାପ୍ତ ପ୍ରାଧ୍ୟାପିକା ଉଷା ଶତପଥୀ ସଂକଳନ ଟିର ସମୀକ୍ଷା  ଚମତ୍କାର ଭାବେ ଉପସ୍ଥାପିନ କରିଥିଲେ l ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପ ଜିଲ୍ଲାପାଳ, ବାରିପଦା ଡ. ଦୟାସିନ୍ଧୁ ପରିଡା ନିଜର ସ୍ଵଭାଵ ସୁଲଭ ଅଭିଭାଷଣରେ ସମସ୍ତଙ୍କୁ ଚକିତ କରିଥିଲେ I ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ଚାଟର୍ଡ ଆକାଉଣ୍ଟାଟ ଉମାକାନ୍ତ ନାୟକ ଓ ପ୍ରଧାନ ଶିକ୍ଷଜ ବିମ୍ବାଧର ପାତ୍ର ଆଧୁନିକ ଲେଖକ ସମାଜ ଓ ଗାଳ୍ପିକାଙ୍କ ଗଳ୍ପ ସମ୍ପର୍କ ରେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ l ମୁଖ୍ୟ ବକ୍ତା ଭାବରେ ବହରାଗୋଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବାଳକୃଷ୍ଣ ବେହେରା ନିଜର ଅଭିଭାଷଣରେ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନାଟ୍ୟକାର ମନୋଜ ଦଳବେହେରା ଓ ଅଭିନେତା ରତିକାନ୍ତ ବେହରା ପ୍ରମୁଖ ଉପସ୍ଥିତ ଥିଲେ I ଶେଷ ରେ ଗାଳ୍ପିକାଙ୍କ ବଡ଼ ଝିଅ ଡ଼ ଅନ୍ଵେଷା ବେହେରା ଅତିଥି ଏବଂ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏ ଉତ୍ସବ ରେ ଗାଳ୍ପିକା ଙ୍କ ପରିବାର, ବନ୍ଧୁ ତଥା ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ  ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ l
Shrutilipi ad