Img 20250501 wa0212

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ରାଜ୍ୟ
ବାରିପଦା : ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମୟୂରଭଞ୍ଜ ପକ୍ଷରୁ ସାରସକଣା ଜୋନ୍ ର ରାଉତରା ଠାରେ ଆନ୍ତର୍ଜାତୀକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ବର୍ଷିୟାନ ଶ୍ରମିକ ସାଥୀ ଶୁକଦେବ ସିଂ ବିଶ୍ଵର ମହାନ୍ ପତାକା “ଲାଲ୍ ପତାକା”କୁ ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ଭାବରେ ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଯୋଗଦେଇ ୧୮୮୬ ମସିହାର ଆଜିର ଦିନଟିକୁ ମନେପକାଇ ଅମର ସହିଦ୍ ମାନଙ୍କ ସ୍ମୃତି ଚାରଣ କରି କହିଥିଲେ, ବହୁ ରକ୍ତ ଖୟି ସଂଗ୍ରାମ ଫଳରେ ସବୁ ବର୍ଗର ଶ୍ରମିକ ପାଇଥିବା ଶ୍ରମ ଆଇନ ଗୁଡିକୁ ପୁଞ୍ଜିପତି ସପକ୍ଷବାଦୀ ମୋଦି ସରକାର କ୍ଷମତା ଦଖଲ କଲା ପରେ ୪ ଟି ଶ୍ରମ କୋଡ଼ରେ ରୂପାନ୍ତରିତ କରି ଶ୍ରମିକମାନଙ୍କ ମୈଳିକ ଅଧିକାର ଛଡ଼ାଇ ନେଇଛି। ଦେଶର ଅର୍ଥ ବ୍ୟବସ୍ଥା ନିମ୍ନଗାମୀ ହୋଇଛି। ବେକାରୀ ବହୁଗୁଣିତ ବଢ଼ିଛି। ମନରେଗା ଯୋଜନାରେ ଶ୍ରମିକ କାମ ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଶବ ହୋଇ ଗାଁକୁ ଫେରୁଛି। ଦରଦାମ ବୃଦ୍ଧି ଫଳରେ ଆମ ତେଲ ଲୁଣର ସଂସାର ଭୁଷୁଡି ଯାଉଛି।ଦେଶ ନିର୍ମାଣର ଅନ୍ୟତମ ବିନ୍ଧାଣି ଶ୍ରମିକକୁ ଉପହାସ କରି ପୁଞ୍ଜିପତି ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଉଛି। ସର୍ବ ନିମ୍ନ ମଜୁରୀ ଆଇନ୍ କାର୍ଯକାରୀ ନ ହେବା ଯୋଗୁ ଶ୍ରମ କୁ ଶୋଷଣ କରାଯାଉଛି।ଏ ସମସ୍ତ ଗଭୀରତାକୁ ମାପି ଆସନ୍ତା ମେ ୫ ଦେଶବ୍ୟାପୀ ସବୁ ବର୍ଗର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶ୍ରମିକ, କୃଷକ, ସାଧାରଣ ମଣିଷ ସମ୍ମାନର ସହ ବଞ୍ଚିବାର ଅଧିକାର ନେଇ ମେ ୨୦ ଦେଶବ୍ୟାପୀ ସାଧାରଣ ଧର୍ମଘଟର ସଫଳତା ପାଇଁ ନିବେଦନ କରିଛନ୍ତି। ସାଥୀ ପୂର୍ଣ୍ଣଚନ୍ଦ୍ର ସିଂ, ସୁନିତା ନାଏକ, ଗଣେଶ୍ୱର ପ୍ରମୁଖ ବକ୍ତବ୍ୟରେ ସରକାରଙ୍କ ଜନମାରଣ ନୀତି ଗୁଡିକୁ କଡ଼ା ଭାଷାରେ ନିନ୍ଦା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ସାଥୀ ରୁହିଆ ସିଂ,ଶିବାନୀ ସିଂ, ଛୋଟରାୟ ସିଂ,ରୀମା ସିଂ, ପାର୍ବତୀ, ଗଣେଶ୍ୱର, ବିଶ୍ଵନାଥ ସିଂ,ଗୁରୁଭା ସିଂ, ପ୍ରତାପ ନାଏକ, ବଙ୍କିମ ବିନ୍ଧାଣି, ମଲ୍ଲି ରାଣୀ ସିଂ ପ୍ରମୁଖ ସାଥୀମାନେ ଉପସ୍ଥିତ ଥିଲେ।
Shrutilipi ad