- ବିଦ୍ୟୁତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ ଦାବି ଉପସ୍ଥାପନ
ବାରିପଦା- ସ୍ଥାନୀୟ ସହିଦ ସ୍ମୃତି ଭବନରେ ନେସ୍କୋ ପାଓ୍ବାର ଏମ୍ପ୍ଲୋଇଜ୍ ସଂଘ ପକ୍ଷରୁ ଆନ୍ତର୍ଜାତିୟ ଶ୍ରମିକ ଦିବସ ବିଦ୍ଯୁତ୍ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପାଳିତ ହୋଇଯାଇଛି। ଆମେରିକାର ଚିକାଗୋ ସହରରେ ୧ ମଇ ୧୮୮୬ ମସିହାରେ ହୋଇଥିବା ଐତିହାସିକ, ବୈପ୍ଳବିକ ଆନ୍ଦୋଳନରେ ସହିଦ ହୋଇଥିବା ଶ୍ରମିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ଉଦ୍ଦେଶ୍ୟରେ ସେବେ ଠାରୁ ପ୍ରତିବର୍ଷ ମେ ୧ ତାରିଖକୁ ଆନ୍ତର୍ଜାତିୟ ଶ୍ରମିକ ଦିବସ ପାଳନ କରାଯାଉଛି। ଏହି ସ୍ମୃତିରେ ବାରିପଦା ଠାରେ ଦିବସ ପାଳନ କରିବା ସହ ବିଦ୍ୟୁତ କର୍ମଚାରୀ ମାନଙ୍କ ଉଦ୍ଧେଶ୍ୟରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ ବିଭାଗରେ ଠିକା ପ୍ରଥା ବା ଶୋଷଣ ପ୍ରଥାକୁ ପ୍ରାଧାନ୍ୟ ଦେଉଥିବାରୁ କର୍ମଚାରୀ ମାନେ ଶୋଷଣର ଶିକାର ହେଉଥିବାର କହିଛନ୍ତି। ଯାହାକୁ ନେଇ ଆଗକୁ ଶ୍ରମିକ ମାନଙ୍କ ପାଇଁ ବଡ଼ ଆନ୍ଦୋଳନ କରିବା ନେଇ ଆହ୍ବାନ ଦେଇଛନ୍ତି। ବିଦ୍ଯୁତ୍ ଶ୍ରମିକ ମାନେ ଶୋଷିତ ଏବଂ ନିଷ୍ପେସିତ ହେଉଥିବାରୁ ଠିକା ପ୍ରଥା ଉଛେଦ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ବିଦ୍ୟୁତ ଭଳି ଏକ ଅତ୍ୟାବଶ୍ୟକ ତଥା ବିପଦପୂର୍ଣ୍ଣ ସଂସ୍ଥାରେ ବିଭିନ୍ନ ଏଜେନ୍ସୀ ମାନଙ୍କ ମାଧ୍ୟମରେ କାର୍ଯ୍ୟ କରୁଥିବା ଆଉଟସୋରସିଂ/ବି.ଏ କର୍ମଚାରୀ ମାନଙ୍କୁ ବିଭିନ୍ନ ଏଜେନ୍ସୀ ମାଧ୍ୟମରେ ନିଯୁକ୍ତି ବନ୍ଦକରି ୟାରର୍ଡ ଷ୍ଟିକ ଅନୁଯାଇ ଉଚିତ ଯୋଗ୍ୟତା ଭିଭିରେ ରେଗୁଲାର କରିବା, ଟାଟା ପାୱାରରେ କାର୍ଯ୍ୟରତ ସମସ୍ତ ରେଗୁଲାର କର୍ମଚାରୀ ମାନଙ୍କୁ ସଂସ୍ଥା ତରଫରୁ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟ ବୀମାରେ ଥିବା କ୍ୟାପିଙ୍ଗ ବ୍ୟବସ୍ଥାକୁ ବନ୍ଦ କରି ବିମା ରାଶି ସୀମା ୫ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ କରିବା, କାର୍ଯ୍ୟରତ ରେଗୁଲାର କର୍ମଚାରୀଙ୍କୁ ଯେଉଁଭଳି ସ୍ବାସ୍ଥ୍ୟ ବିମା ଯୋଗାଇ ଦିଆଯାଉଛି, ସେହିପରି ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିମା ଯୋଗାଇବା, ଆଉଟସୋର୍ସ/ବିଏ କର୍ମଚାରୀଙ୍କୁ ପ୍ରତି ମାସ ୭ତାରିଖ ପୁର୍ବରୁ ଦରମା ସହ ପିଏଫ ଓ ଇଏସଆଇ ଠିକ୍ ସମୟରେ ଜମା କରିବା, ପ୍ରତି ମାସର ପେ ସ୍ଲିପ ପ୍ରଦାନ କରିବା ଏବଂ ସମସ୍ତ ଆଉଟସୋର୍ସ/ବିଏ କର୍ମଚାରୀଙ୍କୁ ଇନ୍ଧନ ଭତ୍ତା ପ୍ରଦାନ, ମୋବାଇଲ୍ ଅପରେଟିଂକୁ ତୁରନ୍ତ ସମସ୍ତ ୩୩/୧୧କେଭି ପିଏସଏସରେ ବନ୍ଦ କରିବା, ସମସ୍ତ ୩୩/୧୧କେଭି ପିଏସଏସ ଏବଂ ସମସ୍ତ ସେକ୍ସନରେ ଚୋରି ରୋକିବା ପାଇଁ ସୁରକ୍ଷା କର୍ମୀ ନିୟୋଜିତ, ଉଚ୍ଚ ଯୋଗ୍ୟତା ପ୍ରାପ୍ତ କର୍ମଚାରୀଙ୍କ ପାଇଁ ଆଭ୍ୟନ୍ତରୀଣ ନିଯୁକ୍ତି/ପଦୋନ୍ନତି ପ୍ରକ୍ରିୟାର ଆରମ୍ଭ କରିବା ଆଦି ଦାବି ରହିଛି। ଶ୍ରମିକ ଜାତି ଉପରେ ହେଉଥିବା ଅନ୍ଯାୟ, ଅତ୍ଯାଚାର, ଶୋଷଣ ବିରୋଧରେ ହକର ଲଢେ଼ଇ ଲଢ଼ିବା ପାଇଁ ଦିବସରେ ଆହ୍ୱାନ ଦିଆଯାଇଛି। ପ୍ରଥମେ ସଂଘର ଜିଲ୍ଲା ସଭାପତି ସୁବ୍ରମଣ୍ଯମ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଜ୍ଯୋତିକୃଷ୍ଣ ବେହେରାଙ୍କ ସହିତ ବହୁ ବିଦ୍ଯୁତ୍ କର୍ମଚାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇ ପ୍ରଦୀପ ପ୍ରଜ୍ବୋଳନ କରାଯାଇ ସଭାକାର୍ଯ୍ଯ ଆରମ୍ଭ କରାଯାଇଥିଲା।
ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ନବ ଚରଣ ମାଝୀ, ମୁଖ୍ୟବକ୍ତା ପୂର୍ବତନ ଉପ ବାଚସ୍ପତି ତଥା ସଂଘର ଉପେଦେଷ୍ଟା ସାନନ୍ଦ ମାର୍ଣ୍ଡି, ସ୍ୱତନ୍ତ୍ର ଅତିଥି ମହାରାଣୀ ରାଜ୍ୟଲଷ୍ମୀ ଭଞ୍ଜଦେଓ, ବିଶିଷ୍ଟ ଅତିଥି ସାରସକଣା ବିଧାୟକ ଭାଦବ ଚନ୍ଦ୍ର ହାଁସଦା, ସମ୍ମାନିତ ଅତିଥି ଭାବେ ଡିଗ୍ରୀ ସଂଘର ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ବିଶୋଇ, ଡିପ୍ଲୋମା ସଂଘ ସାଧାରଣ ସମ୍ପାଦକ ଅନାଥ ବନ୍ଧୁ ଚରଣ ଦାସ, ଉଦଳା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ଦାସ, ରାଇରଙ୍ଗପୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ପଣ୍ଡା, ସଂଘର ଜିଲ୍ଲା ସଭାପତି ତଥା ଏମସିସି ବ୍ୟାଙ୍କର ସଭାପତି ସୁବ୍ରମଣ୍ୟମ ମହାନ୍ତି, ବରିଷ୍ଠ ସଦସ୍ୟ ଜଗଦୀଶ ଚନ୍ଦ୍ର ବେହେରା, ସଂଘର ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ଯୋଗ ଦେଇ ଭାଷଣରେ ଶ୍ରମିକ ମାନଙ୍କର ଦେଶ ପାଇଁ ଅବଦାନ ଏବଂ ସେମାନଙ୍କର ସଙ୍ଘର୍ଷର କାହାଣୀ ବିଷୟରେ ଆଲୋକପାତ କରିବା ସହିତ ବିଦ୍ଯୁତ୍ ଶ୍ରମିକ ମାନଙ୍କ ଦ୍ବାରା ୨୪ ଘଣ୍ଟା ବିଦ୍ଯୁତ୍ ସେବା ପ୍ରଦାନରେ ଶ୍ରମ ଦାନ କରାଯାଉଛି ସେ ବିଷୟରେ କହିଥିଲେ। ବିଦ୍ଯୁତ୍ ଶ୍ରମିକ ମାନେ ବିଭିନ୍ନ ସମୟରେ ଉପଭୋକ୍ତାଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ତେଣୁ ତୁରନ୍ତ ସେବା ଯୋଗାଇବା ପାଇଁ ଉନ୍ନତ ମାନର ଯନ୍ତ୍ରପାତି ସହିତ ଅଧିକ ପରିମାଣର ଶ୍ରମିକ ନିୟୋଜନ ସହିତ ବିଦ୍ଯୁତ୍ ଶ୍ରମିକ ଏବଂ ସଂଘର ମୁଖ୍ୟ ଦାବି ଗୁଡିକ ତୁରନ୍ତ ସମାଧାନ କରିବା ପାଇଁ ମତପ୍ରକାଶ କରିଛନ୍ତି। ସଭାରେ ଜ୍ୟୋତିଲାଲ ବିଶ୍ୱାଳ ଅତିଥି ପରିଚୟ ଦେଇଥିବା ବେଳେ ଚନ୍ଦନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଦେବାଶିଷ ବେହେରା, ଜ୍ଞାନ ରଞ୍ଜନ ପରିଡା, ଦୀପକ କୁମାର ମହାନ୍ତ, ଦୀପ୍ତିକାନ୍ତ ଭୂୟାଁ, ଆଶିଷ ପୁହାଣ, ତପନ କୁମାର ବେହେରା, ସପନ କୁମାର ଦାସ, ପ୍ରଦୀପ କୁମାର ବେହେରା, ଜ୍ୟୋତି ପ୍ରକାଶ ମହାପାତ୍ର, ବିରସିଂ ମାରାଣ୍ଡି, ସତ୍ୟରଞ୍ଜନ ପାଣିଗ୍ରାହୀ, ପାର୍ଥ ସାରଥୀ ଦାସ, ବୁଧେଶ୍ୱର ମାରାଣ୍ଡି, ମାନସ ରଞ୍ଜନ ଶୁକ୍ଲା, ପ୍ରମୋଦ କୁମାର ପାତ୍ର, କେଦାର ନାଥ ସିହ୍ନା, କୃଷ୍ଣପଦ ମହାନ୍ତ, ଦୀନେଶ କୁମାର ଗୁପ୍ତା, ସୁମନ ସଂଜିତ ମହାନ୍ତ, ପ୍ରବୀର ମହାପାତ୍ର, ପ୍ରଶାନ୍ତ ଜେନା ଓ ସଞ୍ଜିତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

