ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ହାସିନପୁର ସ୍ଥିତ ମଙ୍ଗଳା ପଡିଆ ନିକଟରେ ନବନିର୍ମିତ ମା’ ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ମଇ ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ପାଇଁ ନିର୍ମିତ ମୂର୍ତ୍ତି ଏବଂ ପାର୍ଶ୍ୱ ଦେବତାଙ୍କୁ ଶୋଭାଯାତ୍ରାରେ ଭଜନ କୀର୍ତ୍ତନ, ବାଜା ବାଣ ରୋଷଣୀ ରେ ବଜାର ଗ୍ରାମ ପରିକ୍ରମା କରାଯାଇ ମନ୍ଦିର ସ୍ଥାନକୁ ନିଆଯାଇଥିଲା । ପରେ ଏହି ମୂର୍ତ୍ତକୁ ଧାନ୍ୟାଅଭିଶେକ କରାଯାଇଥିଲା । ଶିକ୍ଷାବିତ୍ ତଥା ମୁଖ୍ୟ ପୁରୋଧା ପଣ୍ଡିତ ବିଷ୍ଣୁମୋହନ ପଣ୍ଡା ସହଯୋଗୀ ଗୋପିନାଥ ପଣ୍ଡା, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ରାଜୁ ସ୍ୱାଇଁ, ରମାକାନ୍ତ ରାଉତ, ରାଜୁ ପଣ୍ଡା, ଅନୁକୂଳ ବିଶ୍ୱାଳ, ରାମ ଶଙ୍ଖୁଆ, ଶିବ ପଣ୍ଡାଙ୍କ ସମେତ ଶତାଧିକ ଭକ୍ତ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।

