ବାରିପଦା- ହାଇଡ୍ରା କ୍ରେନ୍ ଜଣେ କର୍ମଚାରୀଙ୍କ ଉପରେ ଓଲଟି ପଡିବାରୁ ମୃତ୍ୟୁ ଘଟିଅଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ୨୨୦ ସଂଖ୍ୟା ଜାତୀୟ ରାଜପଥର ଗଢ ନିକଟସ୍ଥ ଷ୍ଟାଇଲୋ ମାର୍ବଲରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ରାଖାସାହି ଗ୍ରାମର ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ପୁଅ ରାହୁଲ ପରିଡା(୨୬) ରାଇରଙ୍ଗପୁରସ୍ଥ ୭ ନଂ ୱାର୍ଡ ଗଢଠାରେ ଥିବା ଷ୍ଟାଇଲୋ ମାର୍ବଲରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଷ୍ଟାଇଲୋ ମାର୍ବଲ ନିକଟରେ ଗୋଟିଏ ହାଇଡ୍ରା କ୍ରେନ୍ ହୋମ୍ ପାଇପ୍ ବିଛାଉ ଥିବା ସମୟରେ ସେ ପାଚେରୀ ଉପରେ ଉଠି ଦେଖୁଥିଲେ । ତେବେ ହଠାତ୍ ଭାରସାମ୍ୟ ହରାଇ ହାଇଡ୍ରା କ୍ରେନଟି ରାହୁଲ ଉପରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିସ୍ୟାଳୟରେ ଭର୍ତି କରିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ତାଙ୍କ ମୃତ୍ଯୁରେ ତାଙ୍କ ସ୍ତ୍ରୀ,ଦୁଇ ବର୍ଷର କୁନି ଝିଅ, ବୃଦ୍ଧ ବାପା ମାଆ ଅସହାୟ ହୋଇ ଯାଇଛନ୍ତି । ମୟୂରଭଞ ଲୋକସଭା ସାଂସଦ ନବଚରଣ ମାଝୀ ହସ୍ପିଟାଲ ପହଂଚି ତାଙ୍କ ଶୋକ ସନ୍ତପ୍ପ ପରିବାରଙ୍କୁ ଆସ୍ବଶାନା ଦେଇଛନ୍ତି । ଦୂର୍ଘଟଣାଗ୍ରସ୍ତ ହାଇଡ୍ରା ନଂ ଓଆର୍-୧୪କେୟୁ-୬୦୯୭ । ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

