ବାରିପଦା-: ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ଅବସରରେ ଝାଡ଼ଖଣ୍ଡର ପୂର୍ବ ସିଂଭୂମ ଅନ୍ତର୍ଗତ ଖଣ୍ଡା ମୌଦା ଠାରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି କୁ ସଫେଇ କରା ଯାଇ ଭବ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସ୍ମୃତି ଚାରଣ କରାଯାଇଛି। ଖଣ୍ଡା ମୌଦା ଏବଂ ଗୋପବନ୍ଧୁ ପାଠାଗାର ପରିସର ରେ ଥିବା ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି, ପଞ୍ଚାୟତ ମଣ୍ଡପ ଠାରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି, ସ୍ବର୍ଗତଃ କାଳୀ ପଦ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତି ଏବଂ ଖଣ୍ଡା ମୌଦା ଉଚ୍ଚ ବିଦ୍ୟାଳୟ ରେ ଥିବା ଶିକ୍ଷାବିତ ତାରା ପଦ ଷଡ଼ଙ୍ଗୀ ଙ୍କ ପ୍ରତିମୂର୍ତ୍ତି କୁ ସଫେଇ ସହିତ ଗଙ୍ଗା ଜଳରେ ଧୋଇ ପରିଷ୍କାର ପରିଚ୍ଛନ୍ନ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇ ଥିଲା l ଏପ୍ରିଲ 21 ରେ ବରପୁତ୍ର ଙ୍କ ପାଇଁ ଦିନ ଟିଏ ଆୟୋଜିତ କାର୍ଯ୍ୟକ୍ରମ ରେ ମନୋରଞ୍ଜନ ଗିରି, ଲକ୍ଷ୍ମଣ ଚନ୍ଦ୍ର ଗିରି, କରାଳୀକିଙ୍କର ତ୍ରିପାଠୀ, ହରିପଦ ପାଲ, ରତିକାନ୍ତ ସିଟ୍, ଧିରେନ୍ ମାଇତି, ସୁଧାଂଶୁ ମହାପାତ୍ର, ନିଲେଶ ବେରା, ବିନାୟକ ଗିରି, ମନୋରଞ୍ଜନ ଗିରି, ତାରକାନନ୍ଦ ବେରା, ସୁଖେନ୍ଦୁ ବେରା, ରବୀନ୍ଦ୍ର ନାଥ ଦାସ, ନିର୍ମଳ ମଣ୍ଡଳ, ତନୁଶ୍ରୀ ମଣ୍ଡଳ, ପଞ୍ଚାନନ ମୁଣ୍ଡା, ସୀତାରାମ ମାଝୀ, ଦୀନବନ୍ଧୁ ସୋରେନ, ବାସୁ ମହାପାତ୍ର, ସୁଜିତ୍ ପାତ୍ର ,ବନମାଳୀ ବେରା, ଆଶିଷ ମିଶ୍ର, ଉପାଧ୍ୟାୟ, ବ୍ରଜରାଜ ପଣ୍ଡା, ଶଶଧର ଉପାଧ୍ୟାୟ, ବିମଳ ସାହୁ ପ୍ରମୁଖ ସହଯୋଗ କରିଥିଲେ।

