ଆଗରପଡ଼ା :ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ପରିସରରେ ଶ୍ରୀମାଙ୍କ ଦର୍ଶନ ଦିବସ ପାଳିତ ହୋଇଯାଇଛି । ଦିବ୍ୟଜନନୀ ଶ୍ରୀମାଙ୍କର ସ୍ଥାୟୀ ପ୍ରତ୍ୟାବର୍ତ୍ତର ଦିବସ ରୂପେ ଆଜିର ଦିବସ ବିଶେଷ ଗୁରୁତ୍ୱ ବହନ କରିଥାଏ । ଶ୍ରୀମାଙ୍କ ଏହି ପ୍ରତ୍ୟାବର୍ତ୍ତନର ଏକ ବିଶେଷ ତାତ୍ପର୍ଯ୍ୟ ହେଲା “ମୋର ଭାରତକୁ ସ୍ଥାୟୀ ଭାବରେ ପ୍ରତ୍ୟାବର୍ତ୍ତନ ଅର୍ଥ,ବିରୋଧୀ ଶକ୍ତି ଉପରେ ନିଶ୍ଛିତ ବିଜୟର ବାସ୍ତବ ସଙ୍କେତ”ା ଏହି ଦିବସ ଉପଲକ୍ଷେ ଟ୍ରଷ୍ଟ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥ୍ôଲା । ଏଥିରେ ଉମାକାନ୍ତ ଘଡ଼େଇ,ରଶ୍ମୀ କଟୁଆଳ,ରବିନ୍ଦ୍ର କଟୁଆଳ, ତୃପ୍ତି ମହାନ୍ତି, ଅନନ୍ୟା ପଣ୍ଡା, ଦେବାଶିଷ ମହାନ୍ତି,ନରେନ୍ଦ୍ର ମାହାର,ବିଜ୍ଞାନ ମହାନ୍ତି ପ୍ରମୁଖ ମାତୃପ୍ରେମୀ ଯୋଗ ଦେଇଥିଲେ । ମେନେଜିଂ ଟ୍ରଷ୍ଟି ଅରୁଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୂଚାର ରୂପେ ସଂପାଦିତ ହୋଇଥିଲା ।

