ବ୍ଲକସ୍ତରୀୟ ପଂଚାୟତରାଜ ଦିବସ, ସଭାରେ ଶୋଭା ପାଇଲେ ଜଣେ ସମିତି ସଭ୍ୟ

ରାଜ୍ୟ

ଆଗରପଡ଼ା :ଜାତୀୟ ପଂଚାୟତରାଜ ଦିବସ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଳମ୍ବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାରୁ ଦୂରଦୂରାନ୍ତ ପଞ୍ଚଚାୟତରୁ ଆସିଥିବା ସିଆରପି ଓ ଏମବିକେ ମହିଳାମାନେ ସଭା ଆରମ୍ଭରୁ ଉଠି ପଳାଇଥିଲେ । ସଭାଶେଷ ହେବା ପୂର୍ବରୁ ସବୁ ଚେୟାର ଫାଙ୍କା ହୋଇ ଯାଇଥିଲା । କେବଳ ହାତଗଣତି କେତେଜଣ ବ୍ଲକ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିବାର ପରିଲକ୍ଷିତ ହୋଇଥିଲା । କେବଳ ବନ୍ତ ସମିତିସଭ୍ୟଙ୍କୁ ଛାଡ଼ିଦେଲେ ବ୍ଳକର ୨୫ଗୋଟି ପଂଚାୟତର କୌଣସି ଜଣେ ହେଲେ ସରପଞ୍ଚଚ କିମ୍ବା ସମିତିସଭ୍ୟ ଉପସ୍ଥିତ ନ ଥିଲେ । ବିଡିଓ ନିଶିକାନ୍ତ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ସାଂସଦଙ୍କ ପ୍ରତିନିଧି ସନ୍ତୋଷ ନାୟକ,ଆସିଷ୍ଟାଣ୍ଟଇଂଜିନିୟର ଶ୍ରଦ୍ଧା ସୁମନ, ସମିତିସଭ୍ୟ ପରମେଶ୍ୱର ବାରିକ ପ୍ରମୁଖ ଯୋଗଦେଇ ପଂଚାୟତରାଜ ଦିବସ ତାତ୍ପର୍ଯ୍ୟ ସଂପର୍କରେ କହିଥିଲେ । ପଲ୍ଳୀରୁ ପାର୍ଲିଆମେଣ୍ଟକୁ ଯାତ୍ରାରେ ପଂଚାୟତରାଜ ଦିବସର ଭୂମିକା ଗୁରୁତ୍ୱ ବହନ କରୁଥିବା ବେଳେ ବନ୍ତ ବ୍ଳକର ବିଭିନ୍ନ ପଂଚାୟତର ଜନ ନାୟକଙ୍କ ଅନୁପସ୍ଥିତ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯୋଜନାର ସଫଳ ରୂପାୟନରେ ପ୍ରତିବନ୍ଧକ ସାଜିବା ସହ ପଂଚାୟତବାସୀ ଏହାର ଲାଭ ପାଇବାରୁ ବଂଚିତ ହେବା ସୁନିଶ୍ଚିତ ବୋଲି ଆୟୋଜିତ ସଭାର ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ିଛି । ଶେଷରେ ଏହି ଅବସରରେ ନୂତନ ରାସନ ହିତାଧିକାରୀଙ୍କୁ କାର୍ଡ଼ ବଣ୍ଟନ କରାଯିବା ସହ ପ୍ରଧାନମଂତ୍ରୀଙ୍କ ଜାତୀୟ ଓ ମୁଖ୍ୟମଂତ୍ରୀଙ୍କ ରାଜ୍ୟସ୍ତରୀୟ ଏହି ଉତ୍ସବର ଆଭାସି ଭାଷଣ ପରଦାରେ ପ୍ରଦର୍ଶିତ ହୋଇଥିଲା ।

Shrutilipi ad