ବାରିପଦା – ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଓ ଜିଲ୍ଲାପ୍ରଶାସନ ମୟୁରଭଞ୍ଜଙ୍କ ତତ୍ୱାବଧାନରେ ଆସନ୍ତା ତା: ୨୧.୦୪.୨୦୨୫ ରିଖ ଠାରୁ ତା:୦୧.୦୬.୨୦୨୫ ରିଖ ପର୍ଯ୍ୟନ୍ତ ସକାଳ ୬.୩୦ ରୁ ୮.୩୦ ଘଟିକା ଓ ସନ୍ଧ୍ୟା ୪.୩୦ ରୁ ୬.୩୦ ଘଟିକା ପର୍ଯ୍ୟନ୍ତ ବାରିପଦା ଷ୍ଟାଡ଼ିୟମ ପଡିଆ ଠାରେ ଅଣ ଆବାସିକ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଅଛି । ଫୁଟବଲ କୁ ରୁଚିରଖୁଥିବା ୮ ବର୍ଷ ରୁ ୧୬ ବର୍ଷର ବାଳକ ଓ ବାଳିକା ମାନେ ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ ନିଜର ନାମ ପଞ୍ଜିକରଣ କରିବାପାଇଁ ଭାରପ୍ରାପ୍ତ ପ୍ରଶିକ୍ଷକ, କ୍ରିଡାଛାତ୍ରାବାସ ବାରିପଦାଙ୍କ ସହ ଯୋଗାଯୋଗ କରିପାରିବେ । ଉକ୍ତ ଫୁଟବଲ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ଖେଳାଳି ମାନଙ୍କୁ କ୍ରୀଡ଼ଛତ୍ରବାସ ବାରିପଦାର ଫୁଟବଲ ପ୍ରଶିକ୍ଷକ ମାନେ ପ୍ରଶିକ୍ଷଣ ପ୍ରଦାନ କରିବେ ।ଏଥି ନିମନ୍ତେ ଭାରପ୍ରାପ୍ତ ପ୍ରଶିକ୍ଷକ, କ୍ରିଡାଛାତ୍ରାବାସ ବାରିପଦା ଙ୍କ ଫୋନ ନମ୍ବର :- ୯୮୬୧୯୬୫୫୪୮, ୯୪୩୭୭୧୨୨୦୩ ରେ ଯୋଗାଯୋଗ କରିପାରିବେ l

