ନାବାଳିକା ଦୁଷ୍କର୍ମକାରୀ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ରାଜ୍ୟ

ବାରିପଦା : ଆଜି ଜନୈକା ନଅ ବର୍ଷ ର ନାବାଳିକା ସହିତ ହୋଇଥିବା ଏକ ଦୁଷ୍କର୍ମ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବଡ଼ଦୁନ୍ଦୁ ଗ୍ରାମର ଏମ ଡ଼ି ମୁସ୍ତକିମ (35) କୁ ଦଫା 6 ଅଫ ପୋକ୍ସ ଆକ୍ଟ ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀ ରୁ ପ୍ରକାଶ ଯେ ଅଭିଯୁକ୍ତ ଏମ ଡ଼ି ମୁସ୍ତକିମ ପୀଡିତା ନାବାଳିକା ର ସମ୍ପର୍କୀୟ ମଉସା ଅଟେ l 2023 ମାର୍ଚ୍ଚ ମାସ 8 ତାରିଖ ଦିନ ନାବାଳିଜା ର ପରିବାରଵର୍ଗ ଦିନବେଳେ ଘରେ ନଥିବା ସମୟରେ ଅଭିଯୁକ୍ତ ନାବାଳିକା କୁ ନଦୀରେ ଗାଧୋଇଦେବା ବାହାନା କରି ନଦୀକୁ ସାଙ୍ଗରେ ନେଇଯାଇଥିଲା l ଏହାପରେ ନଦୀ ତୋଠରେ ନାବାଳିକା ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା l ଏବଂ ଏକଥା କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲା l ଏତିକିରେ କାମୁକ ଅଭିଯୁକ୍ତ ର ମନ ମାନିନଥିଲା l ପୁଣି ନାବାଳିକାକୁ ସୁଯୋଗ ଦେଖି ଉକ୍ତ ମାସ 14 ତାରିଖ ଦିନ ନଦୀକୁ ନେଇ ତା ସହିତ ଦୁଷ୍କର୍ମ କରିଥିଲା l ଏ କଥା ନାବାଳିକା ର ପରିବାରଵର୍ଗ ଜାଣିବା ପରେ ନ୍ୟାୟ ପାଇଁ ଥାନାର ଦୁଆରସ୍ଥ ହୋଇଥିଲେ l ଏ ବାବଦରେ ବହଳଦା ଥାନାରେ କେସ ନମ୍ବର 40/31-3-2023 ରେ ଏକ ପୋକ୍ସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଉକ୍ତ ଦିନ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଆଜି ମାନ୍ୟବର ଅଦଲତ ପକ୍ଷରୁ ସମସ୍ତ ସାତ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୂଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ମନୋରନଞ୍ଜ ପଟ୍ଟନାଏକ ପରିଚାଳନା କରିଥିଲେ l

Shrutilipi ad